32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିୟର କମ୍ପାନୀରେ ଗୁଳିବର୍ଷା : ୬ ମୃତ

ବିୟର କମ୍ପାନୀରେ ଗୁଳିବର୍ଷା : ୬ ମୃତ

ଆମେରିକା : ଆମେରିକାର ୱିସ୍କିନସିନ ଅଞ୍ଚଳରେ ବିୟର ତିଆରି କରୁଥିବା କମ୍ପାନୀରେ ଗୁଳିବର୍ଷା । ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ମିଲଔକି ଠାରେ ଥିବା ବିୟର୍ କାରଖାନା ‘ମଲସନ୍ କୁଉର୍ସ ବିଭରେଜ୍ କୋ.’ର ରନ୍ଧନଶାଳା ପରିସରରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇ ୫ଜଣ କର୍ମଚାରୀଙ୍କୁ ହତ୍ୟା କରିବା ସହ ଆତ୍ମହତ୍ୟା କରିଥିବା କଥା ସହରର ପୁଲିସ ମୁଖ୍ୟ କହିଛନ୍ତି ।
ରାତି ପ୍ରାୟ ୨ଟା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ୱିସ୍କିନସିନର ସବୁଠୁ ବଡ଼ ସହର ମିଲଔକି ଠାରେ ୨୦ରୁ ଅଧିକ କୋଠାବାଡ଼ି ଥିବା ଏହି ବିୟର୍ କାରଖାନାରେ ପ୍ରାୟ ୧୦୦୦ ଜଣ କର୍ମଚାରୀ କାମ କରନ୍ତି । କିନ୍ତୁ, ଏହି ଗୁଳିକାଣ୍ଡରେ ଅନ୍ୟ କେହି ଆହତ ହୋଇ ନ ଥିବା କଥା ପୁଲିସ ମୁଖ୍ୟ କହିଛନ୍ତି । ଘଟଣା ସଂକ୍ରାନ୍ତରେ ରାତି ତମାମ ତଦନ୍ତ ଚାଲିଥିବା କଥା ପୁଲିସ ମୁଖ୍ୟ ଆଲଫନସୋ ମୋରାଲସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସନ୍ଦିଗ୍ଧ ବନ୍ଧୁକଧାରୀଜଣକ ହେଉଛନ୍ତି ଜଣେ ୫୧ ବର୍ଷିୟ ମିଲ୍ଔକି ବାସିନ୍ଦା । କେଉଁ କାରଣ ଏବଂ କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା ତାହା ପୁଲିସ କହିନାହିଁ ।
https://onakhabar.com/2020/02/27/judge-muralidhar-transferred-on-delhi-violence/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking