38.1 C
Bhubaneswar
Tuesday, April 23, 2024
Homeଓଡିଶାଘରପାଇଁ ଆନ୍ଦୋଳନ

ଘରପାଇଁ ଆନ୍ଦୋଳନ

ଉଦଳା: କପ୍ତିପଦା ଵ୍ଲକ ଲାଵଣ୍ୟ ଦେଇପୁର ଗ୍ରାମ ପଞ୍ଚାୟତ ରେ ଶତପ୍ରତିଶତ ଆଦିବାସୀ ପରିବାର ବାସ କରୁଛନ୍ତି । ସେମାନଙ୍କ ର ସାଧାରଣ ଜୀବନ ଯାତ୍ରା ପାଇଁ ସରକାର ଙ୍କ ଯୋଜନା ଅପହଞ୍ଚ । ଏପରି କି ମୁଣ୍ଡ ଗୁଂଜିବା ପାଇଁ ଘରଟିଏ ନାହିଁ । ଏହି ପଞ୍ଚାୟତ ର କଟୁରୀଆ, ଚାପଲ ସାହି,ବଡସାହେଣା,ମାହାରିଆ ସାହି,ଅଶ୍ବକୋଟି, ଗାଡାସାହି, ତାଜା ପଥରା,ହୁଡିସାହି, ଓ ସାଣଦେଇ ଗ୍ରାମର ଶତାଧିକ ଲୋକ ମାନଙ୍କ ପାଇଁ ସରକାରୀ ଈନ୍ଦିରା ଆବାସ,ମୋ କୁଡିଆ,ଵିଜୁପକ୍କାଘର ଯୋଜନା, ଫେଲ ମାରିଛି,ନିର୍ବାଚନ ସମୟରେ ପିଠା କାର‌୍ୟ୍ୟକ୍ରମ କରି ହୀତାଧିକାରୀ ଚୟନ କରାଯାଇଥିଲା । ମାତ୍ର ନିର୍ବାଚନ ପରେ କାହାରୀ ନାମ ନ ଥିବା ଜଣାପଡିଛି । ଵାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ । ଏହି ପଞ୍ଚାୟତ ର ସାଧାରଣ ଖଟିଖିଆ, ଗରିବ, ଦିନ ମଜୁରିଆ ଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ ପାଲଟିଛି । ଆଜି ଶତାଧିକ ହିତାଧିକାରୀ ଵ୍ଲକ ଅଫିସ ପହଞ୍ଚି ବିଡିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ତୁରନ୍ତ ହିତାଧିକାରୀ ଚୟନ କରି ପଦକ୍ଷେପ ନ ନେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାକୁ ଚେତାବନୀ ଦେଇଛନ୍ତି ।
https://onakhabar.com/2020/02/27/rti/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking