19.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଘୋଟାଲା; ସିବିଆଇ ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାମ

ଦିଲ୍ଲୀ ଅବକାରୀ ଘୋଟାଲା; ସିବିଆଇ ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାମ

ନୂଆଦିଲ୍ଲୀ : ଦିଲ୍ଲା ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଏବଂ ଇଡି ତଦନ୍ତ ପରିସରରେ ରହିଛନ୍ତି । ଇତିମଧ୍ୟରେ ସିବିଆଇ ରାଉଜ୍ ଏଭେନ୍ୟୁ କୋର୍ଟରେ ମଙ୍ଗଳବାର ମାମଲାରେ ଅତିରିକ୍ତ ଚାର୍ଜଶିଟ୍ ଦାଖଲ କରିଛି। ଚାର୍ଜଶିଟ୍‌ରେ ପ୍ରଥମ ଥର ପାଇଁ ମନୀଷ ସିସୋଦିଆଙ୍କ ନାମ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି । ସିସୋଦିଆଙ୍କ ବ୍ୟତୀତ ସିବିଆଇ ଚାର୍ଜଶିଟ୍‌ରେ ବୁଚି ବାବୁ, ଅର୍ଜୁନ ପାଣ୍ଡେ, ଅମନ୍‌ଦୀପ୍ ଢାଲ୍ ଏବଂ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କନ୍ୟା କବିତାଙ୍କ ନାମ ମଧ୍ୟ ରହିଛି । ଏବେ ସିସୋଦିଆ ମେ ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଅବକାରୀ ମାମଲାରେ ସିବିଆଇ ତାଙ୍କ ଫେବୃଆରୀ ୨୬ରେ ଆଠ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା । ସୂତ୍ର ଅନୁସାରେ ଏଜେନ୍ସି ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

ସିବିଆଇ ଅବକାରୀ ଘୋଟାଲା ମାମଲାରେ ପାଞ୍ଚମାସ ତଳେ ସାତଜଣ ଅଭିଯୁକ୍ତଙ୍କ ବିରୋଧରେ ରାଉଜ୍ ଏଭେନ୍ୟୁ କୋର୍ଟରେ ୧୦ ହଜାର ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଥିଲା । ଏଥିରେ ସିସୋଦିଆଙ୍କ ନାମ ନଥିଲା । ସିବିଆଇ ଚାର୍ଜଶିଟ୍‌ରେ ଗିରଫ ହୋଇଥିବା ଦୁଇଜଣ ବ୍ୟବସାୟୀ, ଜଣେ ନ୍ୟୁଜ୍ ଚ୍ୟାନେଲ୍ ମୁଖ୍ୟ, ହାଇଦ୍ରାବାଦର ଏକ ମଦ ବ୍ୟବସାୟୀ, ଦିଲ୍ଲୀର ଜଣେ ମଦ ଡିଷ୍ଟ୍ରିବ୍ୟୁଟର ଏବଂ ଅବକାରୀ ବିଭାଗର ଦୁଇଜଣ ଅଧିକାରୀଙ୍କ ନାମ ଥିଲା । ସେମାନେ ହେଲେ ବିଜୟ ନାୟର୍‌, ଅଭିଷେକ ବୋଇନପଲ୍ଲୀ, ଅରୁଣ ପିଲ୍ଲାଇ, ସମୀର ମହେନ୍ଦ୍ରୁ, ଗୌତମ ମୁଥା, କୁଲଦୀପ ସିଂହ ଏବଂ ମହେନ୍ଦ୍ର ସିଂହ ।
ସିସୋଦିଆଙ୍କ ପତ୍ନୀ ହସ୍ପିଟାଲ୍‌ରେ ଭର୍ତ୍ତି
ଇତିମଧ୍ୟରେ ମନୀଷ ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବା କାରଣରୁ ଆପେଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୂତ୍ର ଅନୁସାରେ ସିସୋଦିଆଙ୍କ ପତ୍ନୀ ମଲ୍ଟିପଲ୍ ସ୍କେଲେରୋସିସ୍ ନାମକ ରୋଗରେ ପୀଡ଼ିତ । ଏହି ରୋଗରେ ଶରୀର ଉପରୁ ମସ୍ତିଷ୍କର ନିୟନ୍ତ୍ରଣ ଧୀରେ ଧୀରେ ହ୍ରାସ ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking