31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ଛଅ ଦିନରେ ୧୫ ଜନସଭା କରିବେ ମୋଦୀ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ଛଅ ଦିନରେ ୧୫ ଜନସଭା କରିବେ ମୋଦୀ

ବେଙ୍ଗାଲୁରୁ : ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛଅ ଦିନରେ ପ୍ରାୟ ୧୫ ଜନସଭା ଓ ରୋଡ୍ ଶୋ’ କରିବେ । ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୮ରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଏବଂ ଏହା ମେ ୭ ପର୍ଯ୍ୟନ୍ତ ଜାରି ରହିବ । କର୍ଣ୍ଣାଟକକୁ ବିଜେପି ପାଇଁ ‘ଦକ୍ଷିଣର ପ୍ରବେଶ ଦ୍ୱାର’ ଭାବେ କୁହାଯାଉଛି ଏବଂ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାମାନେ ଲଗାତାର ପ୍ରଚାର ଚଳାଇଛନ୍ତି ।

ପାର୍ଟି କର୍ମକର୍ତ୍ତା ମୋଦୀଙ୍କ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଅଛନ୍ତି । କର୍ଣ୍ଣାଟକ ନିର୍ବାଚନକୁ ୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ୍ ମଧ୍ୟ କୁହାଯାଉଛି । ଏଥିପାଇଁ ବିଜେପି ଅନ୍ୟ ରାଜ୍ୟ ତୁଳନାରେ କର୍ଣ୍ଣାଟକ ଉପରେ ଅଧିକ ଫୋକସ୍ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ୍ ୨୮ ତାରିଖରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହାପରେ ସେ ଏପ୍ରିଲ୍ ୨୯, ମେ ୩, ୪, ୫ ଓ ମେ ୭ ତାରିଖରେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୮ରୁ ବେଲଗାଭିରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ । ସେ କର୍ଣ୍ଣାଟକର ସବୁଠୁ ବଡ଼ ଜିଲ୍ଲା ମଧ୍ୟରୁ ଅନ୍ୟତମ ବେଲଗାଭିର ଚିକୋଡ଼ି, କିତ୍ତୁର ଏବଂ କୁଡ଼ାଚି ଗସ୍ତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତର କନ୍ନଡ଼ ଜିଲ୍ଲା ମଧ୍ୟ ଗସ୍ତ କରିବେ । ସୂଚନାଯୋଗ୍ୟ, କର୍ଣ୍ଣାଟକରେ ମେ ୧୦ରେ ମତଦାନ ଏବଂ ୧୩ରେ ଭୋଟ୍ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking