ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଘୋଟାଲା ସଂପର୍କୀତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଶୁକ୍ରବାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଏହି ନିଷ୍ପତ୍ତି ସ୍ପେଶାଲ୍ ଜଜ୍ ଏମ୍କେ ନାଗପାଲ ଶୁଣାଇଛନ୍ତି । ଅପରାଧିକ ଷଡ଼ଯନ୍ତ୍ର ପଛରେ ସିସୋଦିଆ ରହିଛନ୍ତି ବୋଲି ଜଷ୍ଟିସ୍ ନାଗପାଲ୍ କହିଛନ୍ତି । ସ୍ପେଶାଲ୍ ଜଜ୍ଙ୍କ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଅପିଲ୍ କରାଯିବ ବୋଲି ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ୍ କହିଛନ୍ତି । ଦିନକ ପୂର୍ବେ ସିବିଆଇ ମାମଲାରେ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ’ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା ।
ଜଷ୍ଟିସ୍ ନାଗପାଲ୍ଙ୍କ ଅନୁସାରେ ସିସୋଦିଆ ହିଁ ମଦ ବିକ୍ରେତାଙ୍କ ଯୋଗ୍ୟତା ଏବଂ ସେମାନଙ୍କ ପ୍ରଫିଟ୍ ମାର୍ଜିନ୍କୁ ବଦଳାଇଥିଲେ । ଏହା ସେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା ବିନା କରିଥିଲେ । ସିସୋଦିଆ ସାଉଥ୍ ଲବିର ଆବଶ୍ୟକତା ଅନୁସାରେ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ରିପୋର୍ଟକୁ ବଦଳାଇ ଦେଇଥିଲେ । ସିସୋଦିଆ ମନି ଲଣ୍ଡରିଂ ଅପରାଧରେ ଜଡ଼ିତ ଥିôବା ଇଡି ନିକଟରେ ପ୍ରମାଣ ରହିଛି । ଏହି କାରଣରୁ ସିସୋଦିଆଙ୍କ ଆବେଦନ ଖାରଜ କରାଯାଉଛି । ଏହି ମାମଲାରେ ସିସୋଦିଆଙ୍କ ସହ ଅଭିଯୁକ୍ତ ଥିବା ରାଜେଶ ଜୋଶୀ ଏବଂ ଗୌତମ ମାଲହୋତ୍ରାଙ୍କ ଜାମିନ ଆବେଦନ ଉପରେ ମେ’ ୬ରେ ରାୟ ପ୍ରକାଶ ପାଇବ ।