26.1 C
Bhubaneswar
Wednesday, October 9, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀସ୍ଥିତ ରାଉସ ଆଭେନ୍ୟୁ କୋର୍ଟରେ ଦାଖଲ କରାଯାଇଥିବା ଏହି ଚାର୍ଜଶିଟ୍‌ରେ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ତଥା କିଙ୍ଗପିନ୍ ବୋଲି ଦର୍ଶାଇଛି ସିବିଆଇ । ପ୍ରକାଶ, ଗୋଟିଏ ପଟେ କେଜ୍ରିୱାଲଙ୍କ ଜାମିନ୍ ଆବେଦନର ଶୁଣାଣି ହାଇକୋର୍ଟରେ ବିଚାରଧୀନ ଥିବା ବେଳେ ସିବିଆଇ ଆଜି ଏହି ଚାର୍ଜଶିଟ୍ ଦାଖଲ କରିଛି । ସିବିଆଇ ଏହି ଚାର୍ଜଶିଟ୍‌ରେ ଆପ୍ ପୂର୍ବତନ ମିଡିଆ ଦାୟିତ୍ୱରେ ଥିବା ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଅନେକ ମଦ ଉତ୍ପାଦକ ଏବଂ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଦର୍ଶାଇଛି । ଦିଲ୍ଲୀର ସମସ୍ତ ସରକାରୀ ନିଷ୍ପତ୍ତି କେବଳ କେଜ୍ରିୱାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ନିଆଯାଉଥିଲା । ତେବେ ଏହି ଦୁର୍ନୀତି ପାଇଁ କେଜ୍ରିୱାଲ୍‌ଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି ୧୦୦ କୋଟି ଟଙ୍କା ଲାଞ୍ଚ ଆକାରରେ ନେଇଛି ବୋଲି କୋର୍ଟରେ ଶୁଣାଣି ପୂର୍ବରୁ ସିବିଆଇ କହିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ମାମଲାରେ କେଜ୍ରିୱାଲ୍‌ଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଥିଲା । ଇଡି ଗିରଫଦାରୀରୁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିସାରିଛନ୍ତି । କିନ୍ତୁ ସିବିଆଇ ତାଙ୍କୁ ସମ୍ପୃକ୍ତ ମାମଲାରେ ଜୁନ୍ ୨୬ରେ ଗିରଫ କରିଥିବାରୁ ସେ ଜେଲରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking