33.3 C
Bhubaneswar
Friday, June 13, 2025
Homeଦେଶ ବିଦେଶଦିଲ୍ଲୀ ରେ ଥିନର୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ ରେ ଥିନର୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ । ମୁଣ୍ଡକା ଏବଂ ନରେଲା ପରେ ଗୁରୁବାର ବଓ୍ବାନାରେ ଏକ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଥିନର୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କେଉଁ କାରଣ ପାଇଁ ଥିନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଲା ସେ ନେଇ ସଠିକ ସୂଚନା ମିଳିନାହିଁ । ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ନିଆଁର ଭୟାବହତା ଏତେ ଥିଲା ଯେ ୧୭ ଦମକଳ ବାହିନୀ ନିଆଁ ଲିଭା କାର‌୍ୟ୍ୟରେ ଲାଗିଛନ୍ତି । ଅଗ୍ନିକାଣ୍ଡରେ ମୃତାହତଙ୍କ କୌଣସି ସୂଚନା ନଥିବା ବେଳେ ଭିତରେ କିଛି କର୍ମଚାରୀ ଫସିଥିବା ଅନୁମାନ କରାଯାଉଛି ।ଘଟଣା ପରେ ସେଠାରେ ପୋଲିସ କର୍ମୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଫ୍ୟାକ୍ଟ୍ରିରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାରେ ଲାଗିପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking