31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକେଜ୍ରିୱାଲଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ

କେଜ୍ରିୱାଲଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ହାଇକୋର୍ଟରେ ଦିଲ୍ଲୀରେ ଲାଗୁ ହେବାକୁ ଥିବା ‘ଘରେ ଘରେ ରାସନ’ ଯୋଜନାକୁ ରଦ୍ଦ କରିଦେଇଛନ୍ତି । ଏହାପୂର୍ବରୁ ଏହି ଯୋଜନାକୁ ନେଇ କେନ୍ଦ୍ର ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ କଳହ ଲାଗି ରହିଛି । ଦିଲ୍ଲୀ ସରକାରୀ ରେସନ ଡିଲର ଆସୋସିଏସନ ଦ୍ୱାରା ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାରୀ ରାସନ ଡ଼ିଲରସ ଓ ଦିଲ୍ଲୀ ରାସନ ଡ଼ିଲରସ ୟୁନିୟନ ଏହି ଯୋଜନାକୁ ବିରୋଧ କରି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

ଆଉ କୋର୍ଟ ଏହି ମାମଲାର ଶୁଣାଣି କରି ଜାନୁୟାରୀ ୧୦ ରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି ଓ କୋର୍ଟ ଏହି ଯୋଜନାକୁ ରଦ୍ଦ କରିଦେଇଛନ୍ତି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ୍ ସଂଘୀ ଏବଂ ଜଷ୍ଟିସ୍ ଜସ୍ମିତ ସିଂଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦିଲ୍ଲୀ ସରକାର ‘ଘରେ ଘରେ ରାସନ’ ଯୋଜନାକୁ ସ୍ୱତନ୍ତ୍ର ଢଙ୍ଗରେ କରିପାରିବେ । କିନ୍ତୁ କେନ୍ଦ୍ର ସରକାର ଯୋଗାଇଥିବା ଖାଦ୍ୟ ଶସ୍ୟକୁ ବିତରଣ ପାଇଁ ବ୍ୟବହାର କରିପାରିବ ନାହିଁ । ସୂଚନାଯୋଗ୍ୟ, କେଜ୍ରିୱାଲ ସରକାର ଦିଲ୍ଲୀର ୭୨ ଲକ୍ଷ ଲୋକଙ୍କ ଘରେ ରାସନ ବିତରଣ କରିବାକୁ ଯୋଜନା କରିଥିଲେ । ଦିଲ୍ଲୀର ଲୋକଙ୍କୁ ରାସନ ମାଫିଆଙ୍କ କବଳରୁ ରକ୍ଷା କରିବା ଏବଂ ଘରେ ସମସ୍ତ ସାମଗ୍ରୀ ବିତରଣ କରିବା ପାଇଁ କେଜ୍ରିୱାଲ ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ । ଏହାପୂର୍ବରୁ ଏହି ଯୋଜନାକୁ ‘ମୁଖ୍ୟମନ୍ତ୍ରୀ ଘରେ ଘରେ-ରାସନ ଯୋଜନା’ ରଖାଯାଇଥିଲା, କିନ୍ତୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ । ଆଉ କେଜ୍ରିୱାଲ ସରକାରଙ୍କ ‘ଘରେ-ଘରେ ରାସନ’ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking