37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶବିବାହ ବନ୍ଧନରେ ବାନ୍ଧି ହେଲେ ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତି

ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତି

ସାଓପାଉଲୋ: ବ୍ରାଜିଲର ୭୬ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ଲୁଇସ ଇନ୍ସିୟୋ ଲୁଲା ଡିସିଲଭା ଗତ ବୁଧବାର ଦିନ ବିବାହ କରିଛନ୍ତି। ୫୫ ବର୍ଷୀୟା ରୋସଗେଲା ସିଲଭାଙ୍କୁ ଲୁଇସ୍ ଧୂମଧାମରେ ବିବାହ କରିଛନ୍ତି । ୧୫୦ରୁ ଅଧିକ ବ୍ୟକ୍ତି ବିବାହରେ ସାମିଲ ହୋଇଥିଲେ । ଖାଲି ଏତିକି ନୁହେଁ ଗ୍ରାମୀ ପୁରସ୍କାର ବିଜେତା ଗିଲବର୍ଟୋ ଗିଲ୍ ମଧ୍ୟ ସାମିଲ ରହିଥିଲେ।ଖବର ଅନୁଯାୟୀ, ଅକ୍ଟୋବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ଆଗରେ ରହିଛନ୍ତି ଲୁଲା ।ସମର୍ଥକ, ରାଜନେତା ଓ କଳାକାରଙ୍କୁ ନେଇ ଏକ ବଡ୍ ବିବାହ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ଲୁଲା ଇନଷ୍ଟାଗ୍ରାମରେ ପତ୍ନୀଙ୍କୁ ମୁଦି ପିନ୍ଧାଉଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ତେବେ ଲୁଲା ପୂର୍ବରୁ ଦୁଇ ଦୁଇ ଥର ବିବାହ କରିଥିଲା ବେଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଅପରପକ୍ଷେ ରାଷ୍ଟ୍ରପତି ନିର୍ବାଚନକୁ ଲୁଲା ପ୍ରେମ ଓ ଘୃଣା ମଧ୍ୟରେ ଥିବା ଲଢେଇ ରୂପେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking