27.1 C
Bhubaneswar
Monday, July 14, 2025
Homeଓଡିଶା43ଡିଗ୍ରୀ ତାପମାତ୍ରାରେ ଜଳୁଛି ଦିଲ୍ଲୀ

43ଡିଗ୍ରୀ ତାପମାତ୍ରାରେ ଜଳୁଛି ଦିଲ୍ଲୀ

ଦିଲ୍ଲୀ: ଏନସିଆରରେ ଭୀଷଣ ଗରମ ଅନୁଭୂତ ହେଉଛି। ଗରମର ମାତ୍ରା ଅଧିକ ଥବାରୁ ଲୋକେ କୁଲର, ଏସିର ପାଖ ଛାଡ଼ୁନାହାନ୍ତି। ଆଜି ଦିଲ୍ଲୀର ତାପମାତ୍ରା 43 ଡିଗ୍ରୀ ରହିଛି।ଏଥିପାଇଁ ଦିଲ୍ଲୀକୁ ଆସୁଥିବା ପର୍ଯ୍ୟଟକମାନେ ଗରମରେ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ପୂର୍ବରୁ ଉତ୍ତର-ଭାରତକୁ ଲୋକେ ଛୁଟି କାଟିବାକୁ ଆସିଲେ ଏଠିକାର ପାଣିପାଗ ଥଣ୍ଡା ଥାଏ। କିନ୍ତୁ ଏବେ ପାଣିପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ। ଛୁଟିରେ ଦିଲ୍ଲୀ ବୁଲିବାକୁ ଆସି ଅସହ୍ୟ ଗରମରେ  ଛଟପଟ  ହେଉଛନ୍ତି ପର୍ଯ୍ୟଟକ। ଦେଶର ବିଭିନ୍ନ ସ୍ଥାନରୁ ଆସି ଖରାରେ ସନ୍ତୁଳି ହୋଇଯାଉଛନ୍ତି। ଆଜି ପାଇଁ ଦିଲ୍ଲୀ ଆଇଏମଡି ବିଭାଗ ପକ୍ଷରୁ ହିଟ ଓ୍ବେଭ ନେଇ ସତର୍କତା ଜାରି କରାଯାଇଛି। ଗରମ ପବନ ମଧ୍ୟ ଅଧିକ ହେଉଛି। ଦିଲ୍ଲଳୀ ନ ଆସି ଆପଣ ସ୍ପିତି ଠୁ ଲେହ ପର୍ଯ୍ୟନ୍ତ ଅଞ୍ଚଳକୁ ଗଲେ ଥଣ୍ଡାର ମଜା ନେଇପାରିବେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking