29.4 C
Bhubaneswar
Tuesday, June 30, 2026
Homeଦେଶ ବିଦେଶଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ବନ୍ୟା ପରିସ୍ଥିତି :  ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ମାଲିକ...

ଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ବନ୍ୟା ପରିସ୍ଥିତି :  ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ମାଲିକ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍‌ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ ପାଣି ହୋଇଯିବାରୁ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁଘଟିଛି। ସମସ୍ତ ୩ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଅଧିକାରୀ କହିଛନ୍ତି ଯେ, ତିନିଜଣଙ୍କ ମୃତଦେହ ତଳ ମହଲାରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।ମୃତ ଛାତ୍ରଛାତ୍ରୀଙ୍କ ନାମ ତାନିଆ ସୋନି (ତେଲେଙ୍ଗାନା), ଶ୍ରେୟା ଯାଦବ (ୟୁପି) ଏବଂ ନେଭିନ ଡାଲଭିନ (କେରଳ) ବୋଲି ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବିଭାଗ (ଡିଏଫ୍‌ଏସ୍‌) ଅନୁଯାୟୀ, ଶନିବାର ସନ୍ଧ୍ୟାରେ ରାଓ ଆଇଏଏସ୍‌ ଷ୍ଟଡି ସେଣ୍ଟର କୋଚିଂରେ ଜଳ ନିଷ୍କାସନ ସମ୍ପର୍କରେ ସୂଚନା ମିଳିଥିଲା। କଲ୍‌ କରୁଥିବା ବ୍ୟକ୍ତି କହିଛନ୍ତି ଯେ, ସେଠାରେ କିଛି ଲୋକ ଫସି ରହିବାର ସମ୍ଭାବନା ରହିଛି। ସମଗ୍ର ବେସମେଣ୍ଟ କିପରି ପାଣିରେ ଭରିଗଲା ତାହାର ଅନୁସନ୍ଧାନ କରାଯାଉଛି। ଏହି ଘଟଣାରେ କୋଚିଂ ସେଣ୍ଟରର ମାଲିକ ତଥା ସଂଯୋଜକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଅଧିକାରୀ କହିଛନ୍ତି ଯେ, ହତ୍ୟା ସମେତ ଅନ୍ୟ ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଜାରିରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking