25.1 C
Bhubaneswar
Sunday, March 16, 2025
Homeକରୋନାଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କଲେ କେଜ୍ରିୱାଲ ସରକାର

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ବିଗୁଡୁଥିବା ଦେଖାଯାଉଛି । ପ୍ରତିଦିନ ହଜାରେ ହଜାରେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ଏହା ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହେବ ଏବଂ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦ୍ୱିପ୍ରହରରେ ଏନେଇ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ସେତେବେଳେ ନିଆଯାଇଛି, ଯେତେବେଳେ ଦିଲ୍ଲୀରେ ୧୦ ହଜାରରୁ ଅଧିକ ନୂଆ କରୋନାଜନିତ ମାମଲା ରେକର୍ଡ ହୋଇଛି ।
ସପ୍ତାହାନ୍ତ କର୍ଫ୍ୟୁକୁ ନେଇ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ଜରୁରୀ ସେବା ଖୋଲା ରହିବ । ଯାହାର ବିବାହ ତାରିଖ ଠିକ୍ ହୋଇସାରିଛି ସେମାନଙ୍କୁ ପାସ୍ ଦିଆଯିବ । ମଲ୍‌, ଜିମ, ସ୍ପା, ବଜାର ଓ ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ସିନେମା ହଲ ୩୦ ପ୍ରତିଶତରେ ଚାଲିପାରିବ । ସପ୍ତାହାନ୍ତରେ ଅଂଚଳ ହିସାବରେ ଗୋଟିଏ ବଜାର ଖୋଲା ରହିବ । କେଜ୍ରିୱାଲ କହିଛନ୍ତି, ୫ ଦିନ ଲୋକେ କାମ କରନ୍ତୁ । ହେଲେ ସପ୍ତାହ ଶେଷରେ ଘରେ ରହିବାକୁ ଚେଷ୍ଟା କରନ୍ତୁ । ଯଦି କାହାକୁ ହସ୍ପିଟାଲ, ଏୟାରପୋର୍ଟ, ବସ ଷ୍ଟେସନ, ରେଳ ଷ୍ଟେସନ ଯିବାର ଅଛି ସେମାନଙ୍କୁ ଛଡାଯିବ । ହେଲେ ଏଥିପାଇଁ ପାସ୍ ନେବାକୁ ପଡିବ ।

ସେ କହିଛନ୍ତି ଦିଲ୍ଲୀରେ ଏବେ ବେଡ ସଂଖ୍ୟାରେ ଅଭାବ ନାହିଁ । କିଛି ହସ୍ପିଟାଲରେ ବେଡ ଖାଲି ନାହିଁ । ହେଲେ କିଛି ଲୋକେ ସେହି ହସ୍ପିଟାଲ ଯିବାକୁ ଚାହୁଁଛନ୍ତି, ସେଥିପାଇଁ ସମସ୍ୟା ହେଉଛି । ଆମ ପ୍ରାଥମିକତା ହେଲା, ଯିଏ ରୋଗୀ ପ୍ରଥମେ ତାଙ୍କ ଜୀବନ ରକ୍ଷା କରିବା । ଦିଲ୍ଲୀରେ ଏବେ ବି ୫ ହଜାରରୁ ଅଧିକ ବେଡ୍ ଖାଲି ରହିଛି । ଏହାର ସଂଖ୍ୟା ଆହୁରି ବୃଦ୍ଧି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking