37.1 C
Bhubaneswar
Thursday, March 28, 2024
Homeଓଡିଶାମୟୁରଭଞ୍ଜ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟ 

ମୟୁରଭଞ୍ଜ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟ 

ମୟୂରଭଞ୍ଜ(ଘାସିରାମ ବେହେରା)- ବୋରିଂ ରୁ ମଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକକୁ ଦୀର୍ଘସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରୁ ଜଣାପଡିଛି ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଚିକିଟାମାଟିଆ ଅଞ୍ଚଳରେ। ସୂଚନା ମୁତାବକ ଚିକିଟାମାଟିଆର କାର୍ତ୍ତିକ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ବୋରିଂରୁ ମଟର ଚୋରି କରିଥିଲେ ଗଛରେ ବନ୍ଧା ହୋଇଥିବା ତିନିଜଣ ଯୁବକ। ତେବେ ବୋରିଂ ମଟର ଚୋରି କରି ବିକି ଦେଇଥିବାରୁ ସେମାନଙ୍କୁ ଧରି ଗଛରେ ବାନ୍ଧି ଏଭଳି ଦଣ୍ଡ ଦେଉଛନ୍ତି ଖୋଦ କାର୍ତ୍ତିକ ହେମ୍ବ୍ରମ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଏଭଳି ଏକ ସାଙ୍ଘାତିକ ଘଟଣା ଅଞ୍ଚଳରେ ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ ଜଣେ ସରକାରୀ କର୍ମଚାରୀ ହୋଇ ଆଇନ ହାତକୁ ନେବା ଭଳି ଘଟଣା କେତେ ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ୧୨ତାରିଖ ଅଭିଯୁକ୍ତ ମାନେ ଚୋରି କରିଥିବା ବେଳେ ୧୩ତାରିଖ ସେହି ଅଭିଯୁକ୍ତ ମାନେ ବୋରିଂ ମଟର ବିକ୍ରି ପାଇଁ ଉଦ୍ୟମ କରି ଧରାପଡିଥିବା କୁହାଯାଉଛି। ତେବେ ୧୪ ତାରିଖ ଗ୍ରାମବାସୀ ଏବଂ କାର୍ତ୍ତିକ ହେମ୍ବ୍ରମ ଧରି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଚର୍ଚ୍ଚା ହେଉଛି। ପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉଦ୍ୟମରେ ସମାଧାନ ହୋଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡିଛି।ଚିକିଟାମାଟିଆ ଗ୍ରାମର କେତେକ ଯୁବକ ମୋରଡ଼ା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏଭଳି ଏକ ସାଙ୍ଘାତିକ ଘଟଣା ସମ୍ପର୍କରେ ପୋଲିସ କୌଣସି ଖବର ନ ପାଇବା ବିସ୍ମୟ ସୃଷ୍ଟି କରୁଛି। ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଙ୍ଗାରୁ କୋର୍ଟରେ ଅଭିଯୁକ୍ତଙ୍କୁ ମାଡ଼ମାରି ଆଇନକୁ ଅପମାନିତ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ହାତବାନ୍ଧି ବସିଥିବା ମୋରଡ଼ା ଥାନା ପୋଲିସର ଦାୟିତ୍ବହୀନତା ପଦାରେ ପଡିବା ସହିତ ଏବେ ସନ୍ଦେହ ଘେରରେ। ଯାହାକି ସବୁଜାଣି ନ ଜାଣିବା କଥା କହି ଆତ୍ମରକ୍ଷା କରୁଥିବା ମୋରଡ଼ା ଥାନା ପୋଲିସ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମତପ୍ରକାଶ ପାଉଥିବା ବେଳେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଘଟଣାର ଗୁରୁତ୍ୱକୁ ବିଚାରକୁନେଇ କି ପଦକ୍ଷେପ ନେଉଛନ୍ତି ତାଉପରେ ସମସ୍ତଙ୍କ ନଜର। ସେହିପରି ଭାଇରାଲ ଭିଡ଼ିଓରେ ଦେଖନ୍ତୁ ନିଜେ କାର୍ତ୍ତିକ ହେମ୍ବ୍ରମ ତାଙ୍କ ନିଜ ମାତୃଭାଷାରେ କିଛି କହୁଥିବା ବେଳେ ପଛପଟେ ଗଛରେ ବନ୍ଧା ହୋଇଛନ୍ତି କୁହାଯାଉଥିବା ମଟର ଚୋର। ତେବେ ଦିନକୁଦିନ ମୋରଡ଼ା ଥାନା ଅଞ୍ଚଳରେ ବଢ଼ି ଚାଲିଥିବା ଚୋରି ଘଟଣାରେ ବ୍ରେକ ଦେବା ପାଇଁ ପୋଲିସ ଚୋରଙ୍କ ମନରେ ଭୟ ସୃଷ୍ଟି କରିବା ଲକ୍ଷ୍ୟରେ ନୀରବ ପ୍ରୋତ୍ସାହନ ଦେଇଛି କି ମୋରଡ଼ା ଥାନା ପୋଲିସ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking