28.1 C
Bhubaneswar
Friday, March 29, 2024
Homeମହାବୀର ଜୟନ୍ତୀଭଗବାନ ମହାବୀରଙ୍କ ବାଲ୍ୟକାଳ

ଭଗବାନ ମହାବୀରଙ୍କ ବାଲ୍ୟକାଳ

ଭୁବନେଶ୍ୱର : ରାଜା ସିଦ୍ଧାର୍ଥ ଓ ରାଣୀ ତ୍ରିଶାଳା ରାଜକୁମାର ବର୍ଦ୍ଧମାନଙ୍କ ଜନ୍ମୋତ୍ସବ ପୁରା ଧୁମ ଧାମରେ ୧୦ ଦିନ ଯାଏଁ ମନାଇଥିଲେ । ସାରା ନଗର ସଜା ଯାଇଥଲା ଓ ଭବ୍ୟ ଭୋଜନର ବ୍ୟବସ୍ଥା କରାଯାଇଥିଲା । ରାଜା ସବୁ ପ୍ରଜାଙ୍କ ମଧ୍ୟରେ ଉପହାର ବାଣ୍ଟିଥିଲେ । ସମସ୍ତେ କୁନି ରାକୁମାରଙ୍କୁ ଆର୍ଶିବାଦ ଦେଇଥିଲେ । ଏଥିସହ ସମୟ ବିତିବାକୁ ଲାଗିଲା , ବର୍ଦ୍ଧମାନ ଜଣେ ଆଦର୍ଶ ଓ ପ୍ରଶଂସନୀୟ ରାଜକୁମାର ଥିଲେ । ଏହାପରେ ରାଜା ଓ ରାଣୀ ବର୍ଦ୍ଧମାନର ଶିକ୍ଷା ପାଇଁ ଗୁରୁକୁଳ ପଠାଇବା କୁ ନିଷ୍ପତ୍ତି ନେଇଥିଲେ । ଏହାପରେ ନିୟମାନୁସାରେ ରାଜକୁମାରଙ୍କୁ ଗୁରୁକୁଳ ପଠାଇଥିଲେ ।

ବର୍ଦ୍ଧମାନ ଜଣେ ଅସାଧାରଣ ବିଦ୍ୟାର୍ଥୀ ଥିଲେ । କିଛି ବର୍ଷ ବିତିବା ପରେ ବର୍ଦ୍ଧମାନ ଜଣେ ହୁସିଆର, ସାହାସୀ ଓ ବାହାଦୂର ରାଜକୁମାର ହୋଇଯାଇଥିଲେ । ଦିନେ ସେ ନିଜ ବନ୍ଧୁ ମାନଙ୍କ ସହ ଖେଳୁଥିଲେ । ଅଚାନକ ସେଠାରେ ଏକ ବିଷଧର ସାପ ଆସିଯାଇଥିଲା । ସମସ୍ତେ ଡରି ଯାଇ ଏପଟ ସେପଟ ଦୌଡିବାକୁ ଲାଗିଲେ କିନ୍ତୁ ବର୍ଦ୍ଧମାନ ଶାନ୍ତ ଭାବେ ଛିଡା ହୋଇଥିଲେ । ସେ ଧିରେ ଧିରେ ସାପ ପାଖକୁ ଗଲେ ଓ ସାପକୁ ସ୍ପର୍ଶ କରିଥିଲେ । ଏହାପରେ ସାପଟି ସେ ସ୍ଥାନରୁ ଶାନ୍ତିପୁର୍ବକ ପଳାଇ ଯାଇଥିଲା । ଏହାେଦେଖି ସମେସ୍ତେ ଚକିତ ହୋଇଯାଇଥିଲେ । ସବୁ ମିତ୍ର ମାନେ ବର୍ଦ୍ଧମାନର ପ୍ରଶଂସା କରିବାକୁ ଲାଗିଲେ , କିଏ ତାଙ୍କୁ ନିର୍ଭୀକ ଓ ଆଉ କିଏ ତାଙ୍କୁ ସୁରବୀର କହିବାକୁ ଲାଗିଲେ ।

କିନ୍ତୁ ବର୍ଦ୍ଧମାନର ଜଣେ ମିତ୍ର ଏଥିରେ ଅସନ୍ତୁଷ୍ଟ ଥିଲା । ସେ ବର୍ଦ୍ଧମାନ ଭଳି ଲମ୍ବା ଓ ବଳାବନ ଥିଲା । ତାକୁୁ ଲାଗୁଥିଲା ଯେ, ମିତ୍ର ମାନଙ୍କ ମଧ୍ୟରେ ସେ ଏକା ହିଁ ନିର୍ଭୀକ ଅଟେ । ସମସ୍ତଙ୍କୁ ବର୍ଦ୍ଧମାନର ପ୍ରଶଂସା କରୁ ଥିବାର ଦେଖି ସେ କ୍ରୋଧିତ ହୋଇଯାଇଥିଲା । ସେ ବର୍ଦ୍ଧମାନକୁ କହିଥିଲା ଏବେ ମୋ ସହ ଲଢେଇ କରି ମତେ ପରାସ୍ତ କର । ସେ ବର୍ଦ୍ଧମାନଙ୍କ ନିଜ କାନ୍ଧରେ ବୋହି ଦୌଡିବାକୁ ଲାଗିଲା । ବର୍ଦ୍ଧମାନ ତାଙ୍କୁ ରହି ଜିବାକୁ ବିନତୀ କରିଥିଲେ କିନ୍ତୁ ସେ ଶୁଣି ନଥିଲା । ଏହାପରେ ବର୍ଦ୍ଧମାନ ତା’ ଉପରେ ନିଜ ମୁଷ୍ଟି ରେ ପ୍ରହାର କରିଥିଲେ । ଏହାପରେ ସେ ସେ ବାଳକ ଟିକୁ ଅଧିକ କଷ୍ଟ ହେବରୁ ସେ ବର୍ଦ୍ଧମାନକୁ ତଳେ ଛାଡି ଦେଇ କାନ୍ଦିବାକୁ ଲାଗିଲା ।

ସେହି ଦିନ ଠାରୁ ବର୍ଦ୍ଧମାନର ବନ୍ଧୁ ମାନେ ତାଙ୍କ କହିଥିଲେ ଯେ, ‘ତୁ କେବଳ ନିର୍ଭୀକ ନୁହଁ , ସୁରବୀର ଓ ବଳାଶଳୀ ମଧ୍ୟ । ସେହି ଦିନ ଠାରୁ ତାଙ୍କୁ ସମସ୍ତେ ତାଙ୍କୁ ମହାବୀର ଡାକିବାକୁ ଲାଗିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking