28.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶଦିଲ୍ଲୀ କାରଖାନାରେ ଅଗ୍ନିକାଣ୍ଡ ଘଟଣା:ମାଲିକ ଓ ପରିଚାଳକ ଗିରଫ

ଦିଲ୍ଲୀ କାରଖାନାରେ ଅଗ୍ନିକାଣ୍ଡ ଘଟଣା:ମାଲିକ ଓ ପରିଚାଳକ ଗିରଫ

ନୂଆଦିଲ୍ଲୀ: ଆଜି ସକାଳେ ରାଜଧାନୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ଗୋଟିଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ । ଭୋର ପ୍ରାୟ ୫ଟାରେ ନିଆଁ ଲାଗିଥିବା ସେ ପାଞ୍ଚ ତାଲା ଘରେ ପ୍ରାୟ ୬୦/୭୦ ଜଣ ଲୋକ ଶୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଠିକା ଶ୍ରମିକ ଏବଂ କାରଖାନାର କର୍ମୀ । ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ଏହି ଘଟଣାରେ ଦିଲ୍ଲୀ ପୁଲିସ୍ କାରଖାନା ମାଲିକ ଓ ପରିଚାଳକଙ୍କୁ ଗିରଫ କରିଛି । କାରଖାନାର ମାଲିକ ହେଉଛନ୍ତି ରେହାନ।
ଏ ସଂପର୍କରେ ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ‘ଯେଉଁ କାରଖାନାରେ ଅଗ୍ନିକାଣ୍ଡ ଘଟି ଏତେ ଲୋକଙ୍କ ଜୀବନ ଯାଇଛି ସେହି କାରଖାନା ବିଲ୍ଡିଂର ଏନ୍ଓସି ସାର୍ଟିଫିକେଟ୍ ନଥିଲା । ଧୂଆଁରେ ରୁନ୍ଧି ହୋଇ ଅଣନିଶ୍ୱାଃସୀ ହୋଇଯିବାରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି ବୋଲି ଲୋକ ନାୟକ ହସ୍ପିଟାଲର ନିର୍ଦେଶକ କିଶୋର ସିଂହ କହିଛନ୍ତି । ଏହି ଅଗ୍ନିକାଣ୍ଡ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ।
https://onakhabar.com/2019/12/08/delhi-conflagration/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking