40.1 C
Bhubaneswar
Thursday, April 25, 2024
Homeଓଡିଶାଚୁଇଙ୍ଗମ ଚୋବାଉଛନ୍ତି କି' ତେବେ ଜାଣନ୍ତୁ କ’ଣ ହୋଇପାରେ

ଚୁଇଙ୍ଗମ ଚୋବାଉଛନ୍ତି କି' ତେବେ ଜାଣନ୍ତୁ କ’ଣ ହୋଇପାରେ

ନୂଆଦିଲ୍ଲୀ: ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଚୁଇଙ୍ଗମ୍ ଖାଇଲେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଓ ଓଜନ କମିଥାଏ । ଯେଉଁ ଲୋକମାନେ ପ୍ରତିଦିନ ଚୁଇଙ୍ଗମ୍ ଚୋବାନ୍ତି, ସେମାନଙ୍କ ଶରୀରକୁ କମ୍ କ୍ୟାଲୋରୀ ଯାଇଥାଏ । ଏପରିକି ଚୁଇଙ୍ଗମ୍ ଖାଉଥିବା ବ୍ୟକ୍ତିଙ୍କର ଅନ୍ୟମାନଙ୍କ ତୁଳନାରେ ୫ ପ୍ରତିଶତ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । କେବଳ ଏତିକି ନୁହେଁ, ଚୁଇଙ୍ଗମ୍ ଭୋକକୁ ନିୟନ୍ତ୍ରଣ କରିଥାଏ ଓ ଅଧିକ ଖାଇବାର ଇଚ୍ଛାକୁ ମାରି ଦେଇଥାଏ ବୋଲି ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି ।
କେଉଁ ସମୟରେ ଖାଇବେ ଚୁଇଙ୍ଗମ୍ ?
୧. ଯେବେ ଫ୍ରି ଅଛନ୍ତି ଚୁଇଙ୍ଗମ୍ ଚୋବାନ୍ତୁ ।
୨. ଖାଦ୍ୟ ଖାଇବା ପରେ ଚୁଇଙ୍ଗମ୍ ଚୋବାନ୍ତୁ ।
୩. ବାହାର ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ, ଲୋଭ ନିୟନ୍ତ୍ରଣ କରିବା ପାଇଁ ଚୁଇଙ୍ଗମ୍ ଚୋବାନ୍ତୁ ।
୪. ଖାଇବା ତିଆରି କରିବା ସମୟରେ ଏହାକୁ ଚୋବାଇ ପାରିବେ ।
-ଏହା ସହିତ ଅଧିକ ଚୁଇଙ୍ଗମ୍ ଖାଇବାଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଯଦି ପାରୁଛନ୍ତି, ସୁଗାର ଫ୍ରି ଚୁଇଙ୍ଗମ୍ ଚୋବାଇବା ଅଭ୍ୟାସ କରନ୍ତୁ । କାରଣ ଅନ୍ୟ ଚୁଇଙ୍ଗମ୍ ତୁଳନାରେ ଏଥିରେ କମ୍ କ୍ୟାଲୋରୀ ରହିଥାଏ ।
-ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଚୁଇଙ୍ଗମ୍ ଖାଇଲେ ସେତେବେଳେ ଓଜନ କମିବ, ଯେତେବେଳେ ଆପଣ ନିୟମିତ ଭାବରେ ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking