37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଓଡିଶାରେ ପହଁଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଓଡିଶାରେ ପହଁଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଜୟପୁର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି । ଏଥିପାଇଁ ଦଳ ପକ୍ଷରୁ ନବରଙ୍ଗପୁରରେ ବିଜେପି କୋର୍ କମିଟି ବୈଠକ ଆୟୋଜନ କରଯାଇଛି । ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରାଯିବ। ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ ପହଞ୍ଚିବେ ରାଜନାଥ। ପରେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ବିଧାନସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଆଗାମୀ ନିର୍ବାଚନରେ ଦଳ ୪ ଲୋକସଭା ଆସନରେ କିପରି ଭଲ ପ୍ରଦର୍ଶନ କରିବ, କ’ଣ ରହିବ ନୂଆ ରଣନୀତି ସେ ସମ୍ପର୍କରେ ସ୍ପଷ୍ଟ କରିବେ ରାଜନାଥ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking