29.1 C
Bhubaneswar
Sunday, April 21, 2024
Homeଓଡିଶାଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର : ରାଜନାଥ ସିଂ

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର : ରାଜନାଥ ସିଂ

ଭୁବନେଶ୍ୱର : ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ସେ ପ୍ରଥମେ ନବରଙ୍ଗଠାରେ ଅନୁଷ୍ଠିତ ଦଳୀୟ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।ସେ କହିଛନ୍ତି ଯେ ଓଡ଼ିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାରବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି । ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସର୍ବତ୍ର ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ସମସ୍ତେ ଜାଣିଛନ୍ତି । ପୁଲୱମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି ରାଜନାଥ ସିଂହ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ମୋଦୀଙ୍କ ସନେ୍ଦଶ ନେଇ ପ୍ରତି କାର୍ୟ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦୀ ଦେଉଥିବା ସୁବିଧା ସୁଯୋଗ ମିଳିବା ଦରକାର ବୋଲି ରାଜନାଥ ସିଂ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବିଜେପି ଏକମାତ୍ର ଦଳ ଯିଏ ଯାହା କୁହେ ତାହା କରେ । ବିଶ୍ୱସନୀୟତା ସଙ୍କଟକୁ ମୋଦୀ ଚ୍ୟାଲେଞ୍ଜଭାବେ ନେଇଛନ୍ତି । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । କହିଥିଲୁ ୩୭୦ ଧାରା ଉଠାଇବୁ, ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଇଲୁ । ତିନ ତଲାକ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ ।ଆମେ ରାଜନୀତି କରୁଛୁ କେବଳ ଦେଶ ଗଠନ ପାଇଁ । କଂଗ୍ରେସ ଲମ୍ବା ସମୟ ଧରି କେବଳ ଦେଶବାସୀଙ୍କୁ ଧୋକା ଦେଇଛି । ବିଶେଷ କରି ଗରିବ ଲୋକଙ୍କୁ କଂଗ୍ରେସ ଧୋକା ଦେଇଛି । ସେମାନଙ୍କ ସହ ବିଶ୍ୱାସଘାତକତା କରିଛି । ମୋଦୀ ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧କୋଟି ଲୋକଙ୍କୁ ଶୌଚାଳୟ ଓ ୪ କୋଟି ଲୋକଙ୍କୁ ପକ୍କାଘର ମିଳିଛି । ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା । ଗତ ୧୦ ବର୍ଷରେ ମୋଦୀ ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି । ଏଠାରେ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ବଢିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦେ୍ଧଶ୍ୟ । ପ୍ରକାଶ ଯେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନବରଙ୍ଗପୁରରୁ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଜନାଥ । ରଙ୍ଗେଇଲୁଣ୍ଡାରୁ ବ୍ରହ୍ମପୁରକୁ ଯାଇ ବିଜେପି ସମ୍ମିଳନୀରେ ଯୋଗ ଦେବେ । ବ୍ରହ୍ମପୁର ସଭା ସାରି ସେ ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡିୟମ ଅଭିମୁଖେ ବାହାରିବେ । ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ବିଜେପି କାର୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ୟ୍ୟକ୍ରମ ଅଛି । ଏହାପରେ ସେ ମୟୂରଭଞ୍ଜରୁ ଦିଲ୍ଲୀକୁ ଫେରିଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking