28.1 C
Bhubaneswar
Tuesday, May 21, 2024
Homeଓଡିଶାକଂଗ୍ରେସରେ ସାଂଗଠନିକ ସ୍ତରରେ ଅଦଳ ବଦଳ

କଂଗ୍ରେସରେ ସାଂଗଠନିକ ସ୍ତରରେ ଅଦଳ ବଦଳ

ନୂଆଦିଲ୍ଲୀ: ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନିଯୁକ୍ତ ହେଲେ ନୂଆ ପ୍ରଭାରୀ । ଡାକ୍ତର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଏଆଇସିସି । ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବା ଡାକ୍ତର ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ କରିଛି ଏଆଇସିସି।
ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ତାହାକୁ ଦୃଷ୍ଟିରେ ରଖି କଂଗ୍ରେସର ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଉତ୍ତରପ୍ରଦେଶର ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି ଏବଂ ତାଙ୍କ ସ୍ଥାନରେ ଅବିନାଶ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ଡ. ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଭାରୀ ଘୋଷିତ କରାଯାଇଛି । ସେହିପରି ସଚିନ ପାଇଲଟଙ୍କୁ ଛତିଶଗଡ଼ ଓ ମୋହନ ପ୍ରକାଶଙ୍କୁ ବିହାର ଦାୟିତ୍ୱ ଦିଆଯାଇଥିବା ବେଳେ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ରାଜସ୍ଥାନ ଦାୟିତ୍ୱ ଦିଆଯାଇଛି । ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼, ମୁକୁଲ ୱାସନିକ୍‌ଙ୍କୁ ଗୁଜରାଟ, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ, ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ, ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲୀ, ଗିରିଶ ଚୋଡ଼ଙ୍କରଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ, ଏମ୍ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ଦେଇଛି ଏଆଇସିସି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking