29.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶମହାକୁମ୍ଭରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ମହାକୁମ୍ଭରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ପ୍ରୟାଗରାଜ : ପ୍ରୟାଗରାଜର ସଙ୍ଗମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ନିଶ୍ଚିତ କରିଛନ୍ତି। ଘଟଣା ଘଟିବାର ୧୭ ଘଣ୍ଟା ପରେ ସୂଚନା ଦିଆଯାଇଛି। ଡିଆଇଜି ବୈଭବ କ୍ରିଷ୍ଣା ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି।

ସେ କହିଛନ୍ତି, ମହାକୁମ୍ଭରେ ହୋଇଥିବା ଦଙ୍ଗାରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ୯୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାରିକେଡ୍ ଭାଙ୍ଗିବା କାରଣରୁ ଏହି ଅଘଟଣ ଘଟିଛି। ମଙ୍ଗଳବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି। ମୌନି ଅମାବାସ୍ୟା ଅବସରରେ ଲୋକମାନେ ସ୍ନାନ କରିବା ପାଇଁ ସଙ୍ଗମ ବେଳାଭୂମିରେ ଅପେକ୍ଷା କରିଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ରାଜ୍ୟ ସରକାର ମଧ୍ୟ ଏ ନେଇ କୌଣସି ଆନୁଷ୍ଠାନିକ ବୟାନ ଦେଇନାହାନ୍ତି।

ଅନ୍ୟପକ୍ଷରେ ଦୈନିକ ଭାସ୍କର କହିଛି ଯେ, ମେଡିକାଲ କଲେଜର ସାମ୍ବାଦିକମାନେ ୨୦ଟି ମୃତଦେହ ଗଣନା କରିଥିଲେ। ଶେଷ ମୃତଦେହ ଉପରେ ୪୦ ନମ୍ବର ଲେଖା ଯାଇଥିଲା। ତେବେ ଏ ନେଇ ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିନାହାନ୍ତି। ପୂର୍ବରୁ ୧୪ଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଅଣାଯାଇଥିଲା। ଏହାପରେ ମେଳାରୁ ୮-୧୦ ଆମ୍ବୁଲାନ୍ସରେ ଆଉ କିଛି ମୃତଦେହ ଅଣାଯାଇଥିଲା। ପାଖାପାଖି ୨୫ଟି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ୨୦ଟି ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking