32.7 C
Bhubaneswar
Friday, June 19, 2026
Homeଦେଶ ବିଦେଶଜବତ ହେଲା ୭୦ ହଜାର ବେଆଇନ ଔଷଧ

ଜବତ ହେଲା ୭୦ ହଜାର ବେଆଇନ ଔଷଧ

ନୂଆଦିଲ୍ଲୀ: ଆମେରିକାର ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗ(ସିବିପି)ଜବତ କଲା ୭୦ ହଜାର ବେଆଇନ ଔଷଧ। କୁହାଯାଉଛି ଯେ, ଏହି ସବୁ ଔଷଧ ନିଦ ନଆସୁଥିବା ଲୋକ ବ୍ୟବହାର କରୁଥିଲେ। ଏହି ଔଷଧର ବଜାର ମୂଲ୍ୟ ୩୩ ହଜାର ଆମେରିକୀୟ ଡଲାର। ସିବିପିର ଅଧିକାରୀମାନେ କହିଛନ୍ତି ଏହା କାର୍ଲିଫର୍ଣ୍ଣିଆର ବ୍ୟୁନା ପାର୍କ ସ୍ଥିତ ଏକ ଠିକଣାକୁ ପଠାଯିବାର ଥିଲା। ଅଧିକାରୀଙ୍କ କହିବା ଅନୁସାରେ, ସୁତା ଭିତରୁ ଜବତ କରାଯାଇଥିବା ନିଦ ବଟିକା ଭାରତ ଆସୁଥିଲା।

ଯାହାକୁ ଯାଞ୍ଚ ବେଳେ ଜବତ କରାଯାଇଛି। ଜୋଲାପିଡେମ୍ ଟାଟ୍ରେଟ୍ ନାମକ ଏହି ଔଷଧ ଏକ ନିଶା ବଟିକା। ଡାକ୍ତରଙ୍କ ଦ୍ୱାରା ଅନିଦ୍ରାର ଚିକିତ୍ସା ପାଇଁ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥାଏ। ସିବିପିର ଅଧିକାରୀ ୧୭ ଡିସେମ୍ବରରେ ୱାଶିଂଟନ୍ ଡଲେସ ବିମାନ ବନ୍ଦର ନିକଟରୁ ଏକ ଏୟାରକାର୍ଗେ ଗୋଦାମରେ କଳା ସୁତାର ୯୬ ଟି ରୋଲ୍‌କୁ ଯାଞ୍ଚ କରିଥିଲେ। କଳା ସୁତାର ୯୬ ରୋଲର ପ୍ରତ୍ୟେକଟିର ଭିତରୁ ମୋଟ ୬୯,୮୧୩ ଟାବଲେଟ୍ ଲୁଚାଇ ରଖାଯାଇଥିଲା। ଏହି ଟାବଲେଟର ମୂଲ୍ୟ ୩୩ ହଜାର ଆମେରିକୀୟ ଡଲାର। ୱାଶିଂଟନ ଡିସିର ଆଞ୍ଚଳିକ ବନ୍ଦର ପାଇଁ ସିବିପିର ଆଞ୍ଚଳିକ ବନ୍ଦର ନିର୍ଦେଶକ କ୍ରିଷ୍ଟିନ୍ ୱା କହିଛନ୍ତି, ଏହା ଆମେରିକାରେ ବହୁ ମାତ୍ରରେ ଔଷଧର ତସ୍କରି କରିବାର ଚେଷ୍ଟା ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking