37.1 C
Bhubaneswar
Saturday, May 18, 2024
Homeଓଡିଶାମୁଖିଆଙ୍କ ମୃତ୍ୟୁ ବେସାହାରା ପରିବାର

ମୁଖିଆଙ୍କ ମୃତ୍ୟୁ ବେସାହାରା ପରିବାର

ନୂଆପଡ଼ା : ଖଡ଼ିଆଳ ବ୍ଲକ ସନମହେଶ୍ୱର ଗ୍ରାମରେ ପରିବାରର ମୁଖିଆଙ୍କ ମୃତ୍ୟୁପରେ ଭାଙ୍ଗିପଡ଼ିଛି ପରିବାର । ଧବଳେଶ୍ୱର ନାଗ ନାମକ ଜଣେ ବ୍ୟକ୍ତି କିଡ୍‌ନୀ ରୋଗରେ ପୀଡିତ ଥିଲେ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ଆଖି ବୁଜିଥିଲେ । ଲକ୍‌ଡାଉନ୍‌ରେ ରୋଜଗାର ହରାଇଥିବା ପରିବାର ଏବେ ଅନାହାରରେ କାଳତିପାତ କରୁଛନ୍ତି ।
ଧବଳେଶ୍ୱରଙ୍କ ମୃତ୍ୟୁରେ ଭିନ୍ନକ୍ଷମ ପତ୍ନୀ, ଦୁଇ ପୁଅ, ଦୁଇ ଝିଅ ଓ ବୁଢ଼ୀ ମା’ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । ଗୋଟିଏ ଝିଅ ଧନମତି ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିବାବେଳେ ସାନପୁଅ ଗ୍ରାମର ଛେଳିମେଣ୍ଢା ଚରାଇ ଗୋତି ଶ୍ରମିକ ରୂପେ କାମ କରୁଛନ୍ତି । ୧୦ମ ପଢ଼ିବା ପରେ ଅନ୍ୟ ଏକ ପୁଅ ଧନୁଯ୍ୟ କ’ଣ କରିବ ନେଇ ସେହି ଚିନ୍ତାରେ ପରିିବାର । ଚଳିତ ମାସ ୩ ତାରିଖରେ ଧବଳେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ଗ୍ରୁପ୍‌ରୁ ୫୦୦୦ ଟଙ୍କା ୧୦% ସୁଧରେ ଆଣି ସ୍ୱାମୀଙ୍କର ଚିକିତ୍ସା କରିଥିଲେ । ସେହି ଟଙ୍କା କେମିତି ପରିଶୋଧ କରିବେ ତାହାକୁ ନେଇ ମଧ୍ୟ ପରିବାର ଚିନ୍ତାରେ ଅଛନ୍ତି । ଋଣ ପ୍ରତିଶୋଧ କରିବାକୁ ସାନମହେଶ୍ୱର ସରପଞ୍ଚ ବିଦୁର ଶବର ଦାୟିତ୍ୱ ନେଇଥିବାବେଳେ ମାଗଣାରେ ପରିବାରଙ୍କୁ ଶୁଖିଲାଖାଦ୍ୟ ଯୋଗାଉଛନ୍ତି । ସେମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking