30.1 C
Bhubaneswar
Wednesday, June 19, 2024
Homeଓଡିଶାଡିଜିପିଙ୍କ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଗସ୍ତ, ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଦେଲେ ଆହ୍ୱାନ

ଡିଜିପିଙ୍କ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଗସ୍ତ, ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଦେଲେ ଆହ୍ୱାନ

ମାଲକାନଗିର : ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ସେ ପ୍ରଥମେ ଏମ.ଭି-୮୮ ଗ୍ରାମଠାରେ ନୂତନ ପୁଲିସ ଫାଣ୍ଡି ଉଦ୍‌ଘାଟନ କରିବା ସହ ସେଠାକାର ବି.ଏସ.ଏଫ କ୍ୟାମ୍ପ, ମୋଟୁସ୍ଥିତ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ କ୍ୟାମ୍ପ (ଏସ.ଏସ ବାଟାଲିୟନ) ଓ ଥାନା ପରିଦର୍ଶନ କରି ବରିଷ୍ଠ ଅଧିକାରୀଙ୍କ ସହ ମାଓ ଗତିବିଧି ଓ ମାଓ ଦମନ ଉପରେ ଆଲୋଚନା କରିଥିଲେ । ଏହାପରେ ଓଡ଼ିଶାର ଶେଷ ସୀମା ମୁଗି ପଏଣ୍ଟ ଓ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତମୋଟୁସ୍ଥିତ ସୀମାନ୍ତଯାଞ୍ଚ ପଏଣ୍ଟ ଗସ୍ତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସହ ପୋଲିସର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଏଥିସହ କାଲିମେଳା ବିଡିଓ ଉମା ଶଙ୍କର ଦଳାଇ ଓ ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ସହ ପ୍ରବାସୀଙ୍କ ସୁବିଧା ପାଇଁ କି କି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ପଚାରି ବୁଝିବା ସଙ୍ଗେ ସଙ୍ଗେ ସୀମାନ୍ତଯାଞ୍ଚ ପଏଣ୍ଟରେ କାର୍ଯ୍ୟରତ ପୋଲିସ ଅଧିକାରୀ,ପ୍ରଶାସନିକ କର୍ମଚାରୀ ଓ ଗୃହରକ୍ଷୀ ବାହିନୀଙ୍କ ସହ ମତ ବିନିମୟ କରିଥିଲେ । ଏ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଗତ ୨ ବର୍ଷ ମଧ୍ୟରେ ମାଓ ଦମନ ନେଇ ପୋଲିସର କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିବା ସହ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ଥଇଥାନ ନିତିର ସୁଯୋଗ ନେଇ ଆତ୍ମ ସମର୍ପଣ କରିବାକୁ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଛନ୍ତି । କିଛି ମାଓବାଦୀମାନେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଆସିଥିବା ବେଳେ ଯଦି କେହି ମାଓବାଦୀ କରୋନା ସଂକ୍ରମଣ ହୋଇଛନ୍ତି, ସେମାନେ ଆସି ଆତ୍ମ ସମର୍ପଣ କରନ୍ତୁ । ସେମାନଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ । ଗତବର୍ଷ ମୋଟୁ ସୀମାନ୍ତଯାଚ ପଏଣ୍ଟ ପ୍ରବେଶ ପଥ ଦେଇ ଦେଶର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରୁ ସବୁଠାରୁ ଅଧିକ ପ୍ରବାସୀ ଆସିଥିଲେ । ଚଳିତ ବର୍ଷ ଗତବର୍ଷ ତୁଳନାରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ପାଇଛି । କିନ୍ତୁ ଗତବର୍ଷର ଅଭିଜ୍ଞତାରୁ ଚଳିତଥର ଆମେ ବ୍ୟବସ୍ଥାକୁ ଉନ୍ନତ କରିଛୁ । ତେଣୁ ଗତବର୍ଷ ଅପେକ୍ଷା ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ ରହିଥିବା ବେଳେ ଚଳିତବର୍ଷ ରାଜ୍ୟ ତୁଳନାରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ରକାଶ କରିଛନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଏସ୍‌ପିଙ୍କୁ ସାଧୁବାଦ ଜଣାଇବା ସହ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଏସ୍‌ଏଫ୍‌କୁ ପ୍ରଶଂସା କରିଛନ୍ତି । ବିଏସ୍‌ଏଫ୍ ଯବାନମାନେ ମାଲକାନଗିରି ଜିଲ୍ଲା ସମେତ ସାରା ରାଜ୍ୟରେ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ସହଯୋଗ ଯୋଗୁଁ ହିଁ ଓଡ଼ିଶା ପୋଲିସ ତାଙ୍କ ସହ ମିଶି ଆମେ ମାଓ ସମସ୍ୟାକୁ ସୀମିତ କରିପାରିଛୁ , ତେଣୁ ବି.ଏସ.ଏଫକୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଗସ୍ତ ସମୟରେ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ଆର.କେ.ଶର୍ମା, ଆଇଜି (ପୁଲିସ ପରସନାଲ) ଏସ.ପ୍ରବୀଣ କୁମାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଓ ବି.ଏସ.ଏଫର ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking