ଭୁବନେଶ୍ୱର: ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରାଘାତ ଜନିତ ମୃତ୍ୟୁ ଘଟିଛି । ବଜ୍ରପାତରେ ମୃତକଙ୍କ ପରିବାରକୁ ୪ଲକ୍ଷ ଆର୍ଥିକ ସହାୟତା ଦିଆଯାଉଛି । ବଜ୍ରପାତର ଆଗୁଆ ସୂଚନା ଜାଣିବାକୁ ଆର୍ଥ ନେଟୱାର୍କ ସହ ଏମଓୟୁ ହୋଇଛି । ରାଜ୍ୟର ୮ଟି ସ୍ଥାନରେ ଲାଇଟନିଂ ଡିଟେକ୍ସନ ସେନ୍ସର ବସାଯାଇଛି ।