କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର(ଓଏନଏ ):ଯାଜପୁର ଜିଲ୍ଲାର ବଡ଼ଚଣା ଥାନ ର ଖେସlଲି ପୁର କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାରହୋଇଛିl କେନାଲରୁ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖି.ପୋଲିସ କୁ ଖବର ଦେଇ ଥିଲେ l ଖବର ପାଇ ଘଟଣାସ୍ଥଳରେ ଧାନମଣ୍ଡଳ ଫାଣ୍ଡି ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଂଚି ମୃତଦେହକୁ କେନାଲରୁ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ମୃତ ଯୁବକ ଜଣକ ନାନୋ ହେମ୍ବ୍ରମ ବୋଲି ଜଣାପଡିଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡି ନାହିଁ l ଯୁବକ ଜଣଙ୍କ ଆତ୍ମା ହତ୍ୟା ନା ହତ୍ୟା ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ପୋଲିସ ଶବ ଟି କୁ ଶବ ଵେବଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି l କେନାଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହେବା ନେଇ ନାନା ଚର୍ଚ୍ଚା ଆଲୋଚନା ହେଉଛି। ମୃତ ଯୁବକ ଜଣକ ଚଣ୍ଡିଖୋଲ ଅଞ୍ଚଳରେ ଏକ ଗ୍ୟାରେଜରେ କାମ କରୁଥିବା ବୋଲି କୁହା ଯାଉଛି l

LEAVE A REPLY

Please enter your comment!
Please enter your name here