30.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ୟାସଦେବ ଜୟନ୍ତୀ ପାଳନ

ବ୍ୟାସଦେବ ଜୟନ୍ତୀ ପାଳନ

ଯାଜପୁର : ବ୍ୟାସ.ପୀଠ କୁ ସମଗ୍ର ଭାରତ ବର୍ଷ ରେ ପରିଚିତ କରିବା ବ୍ୟାସ ସେନା ର ଲକ୍ଷ _ _ଯାଜପୁରଓଏନ ଯାଜପୁରଜିଲ୍ଲାର ଯାଜପୁର ରୋଡ ରେ ଥିବା ବ୍ୟାସ ପୀଠ ବା ବ୍ୟାସ ସରୋବର ପୀଠ ବିକାଶ କରିବା ସଂଗେ ଏହି ବ୍ୟାସ ପୀଠ କୁ ସମଗ୍ର ଭାରତ ବର୍ଷ ରେ ପରିଚିତ କରିବା ପାଇଁ ବ୍ୟାସ ସେନା ମୂଳ ଲକ୍ଷ ପବିତ୍ର ବ୍ୟାସ ପୂଣ୍ଣିମା ରେ ଭଗବାନ ବ୍ୟାସ ଦେବ ଙ୍କୁ ପୂଜା ଅର୍ଚନା କରି ଶପଥ ନେଇ ଛି ।

, ଆଜି ହେଉଛି ପବିତ୍ର ବ୍ୟାସ ପୂର୍ଣ୍ଣିମ

ଏହି ଉପଲକ୍ଷେ ସ୍ଥାନୀୟ ବ୍ୟାସ ସରୋବର ପୀଠ ଠାରେ ମହର୍ଷି ବେଦବ୍ୟାସଙ୍କର ଜନ୍ମ ଜୟନ୍ତୀ କୋଭିଡ୍ ନିୟମ ଅନୁଯାୟୀ ପାଳନ ହୋଇ ଯାଇଛି। ବ୍ୟାସ ସେନା, ବ୍ୟାସନଗର ସାହିତ୍ୟ ସଂସଦ ଓ ବ୍ୟାସନଗର ପୌର ପରିଷଦ ସହାୟତାରେ ସର୍ବ ପ୍ରଥମେ ବ୍ୟାସ ସରୋବର ପୀଠକୁ ପରିସ୍କାର ପରିଛନ୍ନ କରାଯାଇ ବ୍ୟାସଦେବ ଓ ରାଘୁଜୀ ଗୋସାଇଁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ସମାଜସେବୀ ଜ୍ଞାନ ରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବେସରକାରୀ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଦୁଷ୍ମନ୍ତ କୁମାର ନାୟକ, ବ୍ୟାସନଗର ସାହିତ୍ୟ ସଂସଦର ସମ୍ପାଦକ ଡ଼ ଅକ୍ଷୟ କୁମାର ପଣ୍ଡା, ଉପାସକ ଆଶୁତୋଷ ସାମଲ, ବ୍ୟାସସେନାର ସଭାପତି ଅଭିଷେକ ପହି,ସରୋଜ କୁମାର ଦେ, ଶିକ୍ଷୟିତ୍ରୀ ବବିତା ନାୟକ, ବ୍ୟଙ୍ଗ କଵି ମହେଶ୍ୱର ନାୟକ, ଉତ୍କଳ କେଶରୀ ଜେନା ପ୍ରମୁଖ କୃଷ୍ଣ ଦ୍ବୈପାୟନ ତଥା ମହର୍ଷି ବେଦବ୍ୟାସଙ୍କର ଜୀବନୀ, ବ୍ୟାସ ଦେବ ଙ୍କ

ରଚିତ ମହାନ ଗ୍ରନ୍ଥ ଗୀତା ଭାଗବତ ମହାଭାରତ ଓ ଅନ୍ୟାନ୍ୟ ପୁରାଣ ଶାସ୍ତ୍ର ବିଶ୍ୱ ବନ୍ଦିତ ଓ ଗୁରୁ ପୂର୍ଣ୍ଣିମାର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଦୀର୍ଘ ବର୍ଷରୁ ଅବହେଳିତ ଅବସ୍ଥାରେ ରହି ଆସିଥିବା ବ୍ୟାସ ସରୋବର ପୀଠର ଉନ୍ନତିକରଣ ପାଇଁ ବ୍ୟାସନଗର ଜନସାଧାରଣ,ପ୍ରଶାସନ ଓ ସରକାର ଆଗେଇ ଆସିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦାମୋଦର ପରିଡ଼ା,ପୌର କର୍ମଚାରୀ ରୁଦ୍ରମଣି ମୁଖି, ରତ୍ନାକର ରାଉତ ଓ ମାଣିକ ରଞ୍ଜନ ନାୟକ, ସରୋଜ ତ୍ରିପାଠୀ,ପୂଜକ ଗୌରହରି ଦାସ,ଅଭିଷେକ ସାହୁ, ଅଜିତ ଘଡାଇ, ମଣିଭଦ୍ର ମଲ୍ଲିକ, ସୌମ୍ୟରଞ୍ଜନ ନାୟକ,ବି ମୋହନ ରାଓ ଶୋଭିକ କୁମାର ଦାସ ଓ ପ୍ରତାପ କୁମାର ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅର୍ଜୁନ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

-ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking