ଅଚିହ୍ନା ଯୁବକର ଝୁଲନ୍ତା ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କୋନ୍ଦୁଗୁଡା ବେରୁଆପଡା ନିକଟର ନିମ୍ବଗଛରୁ ଆଜି ଏକ ଅଚିହ୍ନା ଯୁବକର ଝୁଲନ୍ତା ମୃତଦେହ ଠାବ ହୋଇଛି। ଖବରପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଥିବା ବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ଶବ ଉଦ୍ଧାର କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ଜଣାପଡିବବୋଲି ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here