38.1 C
Bhubaneswar
Tuesday, April 23, 2024
Homeଓଡିଶାବାଲି ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ

ବାଲି ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବରୀମୁଣ୍ଡ ବାଲିଯାତ୍ରା ପଡିଆରୁ କମିଶନରେଟ୍‌ ପୋଲିସ ଏକ ଗଳିତ ଶବକୁ ଉଦ୍ଧାର କରିବାରେ ସଫଳ ହୋଇଛି। ବୁଧବାର ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏହି ଘଟଣାରେ ଏବେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବାବେଳେ ଅଦ୍ୟାବଧି ଉକ୍ତ ଗଳିତ ଶବର କୌଣସି ପରିଚୟ ମିଳିାରିନାହିଁ । ବାଲିଯାତ୍ରା ପଡିଆରେ ଉକ୍ତ ଶବକୁ କେହି ପୋତିଦେଇଥିବା ସନ୍ଦେହ କରାଯାଉଛି । ଗଳିତ ଶବର କେବଳ ହାତପାପୁଲି ଦୃଶ୍ୟମାନ ହୋଇଥିବା ପ୍ରଥମେ ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking