26.1 C
Bhubaneswar
Friday, March 29, 2024
Homeଅପରାଧଶଶୁର ଘର ଗାଁ’ରୁ ଜ୍ୱାଇଁଙ୍କ ଶବ ଉଦ୍ଧାର

ଶଶୁର ଘର ଗାଁ’ରୁ ଜ୍ୱାଇଁଙ୍କ ଶବ ଉଦ୍ଧାର

ଟାଙ୍ଗୀ : ଟାଙ୍ଗୀ ଥାନା ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ଗୋବିନ୍ଦପୁର ଛକ ନିକଟରେ ଯାଇଥିବା ନାଳବନ୍ଧର ଏକ ଓସ୍ତଗଛରେ ଜଣେ ଯୁବକ ସାର୍ଟରେ ଫାଶୀଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମଳିଛି । ଯୁବକ ଜଣକ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ବାବାଜୀ ଚରଣ ପରିଡ଼ାଙ୍କ ବଡ଼ପୁଅ ଗଗନ ପରିଡ଼ା(୩୯) ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗଗନ ମଙ୍ଗଳବାର ଶ୍ୱଶୁର ଘର ନିଚନ୍ତା ଆସିଥିବାବେଳେ ସେଠାରୁ ବାହାରକୁ ଯାଇ ଆଉ ଫେରିନଥିଲେ । ବିଳମ୍ବ ହେବାରୁ ଶ୍ୱଶୁର ଘର ଲୋକେ ଖୋଜାଖୋଜି କରିବାରୁ ଓସ୍ତଗଛରେ ଫାଶୀଦେଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବରପାଇ ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ଓ ମୃତକଙ୍କ ସାନଭାଇ ବିଜ୍ଞାନ ପରିଡ଼ା ଏବଂ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ସେକ୍ ଶାହାଜାନ୍ ପହଞ୍ଚ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଗଗନଙ୍କର ଏଭଳି ମୃତ୍ୟୁରେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ତାଙ୍କୁ ହତ୍ୟାକରି କେହି ଆତ୍ମହତ୍ୟାର ରୂପ ଦେବାପାଇଁ ଉଦ୍ୟମ କରିଥିବା ପୁଲିସ ପ୍ରଥାମିକ ତଦନ୍ତରୁ ଜାଣିବାକୁ ପାଇଛି । ତୁରନ୍ତ ଘଟଣାରେ ସମ୍ପୃକ୍ତକୁ ଗିରଫ କରାଯିବ ବୋଲି ଟାଙ୍ଗୀ ଥାନାଧିକାରୀ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking