29.1 C
Bhubaneswar
Thursday, April 25, 2024
Homeଓଡିଶାଷ୍ଟେସନରୁ ଉଦ୍ଧାର ଦୁଇ ଭଉଣୀଙ୍କ ନୂଆ ଠିକଣା ଇଟାଲି

ଷ୍ଟେସନରୁ ଉଦ୍ଧାର ଦୁଇ ଭଉଣୀଙ୍କ ନୂଆ ଠିକଣା ଇଟାଲି

କଣାସ : ପୁରୀ ରେଳଷ୍ଟେସନରୁ ଉଦ୍ଧାର ପାଇଥିବା ଦୁଇ ଭଉଣୀଙ୍କ ନୂଆ ପରିଚୟ ମିଳିଛି । ଉଭୟ ଶିଶୁକନ୍ୟା ଉଦ୍ଧାର ପରେ କଣାସସ୍ଥିତ ଦୟାବିହାରଠାରେ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ  ଦ୍ୱାରା ପରିଚାଳିତ ଶିଶୁ ଗୃହରେ ଥିଲେ । ସେମାନଙ୍କୁ ୧୯୧୭ରେ ସିଆର୍‌ପିଏଫ୍ କର୍ମଚାରୀ ପୁରୀ ଚାଇଲ୍ଡ ଲାଇନ୍‌କୁ ପ୍ରଦାନ କରିଥିଲେ । ଉଭୟ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିବା ପରେ ଏହି ଶିଶୁ ଗୃହରେ ରଖାଯାଇଥିଲା । ଜଣେ ଶିଶୁ ୪ବର୍ଷର ହୋଇଥିବାବେଳେ ଅନ୍ୟଟିକୁ ୩ବର୍ଷ ହୋଇଥିଲା ।
ମାତ୍ର କୌଣସି ଦାବିଦାର ନମିଳିବାରୁ ଶେଷରେ ସେ ପୋଷ୍ୟ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଇଟାଲିର ଦୁଇ ଦମ୍ପତି ଇଣ୍ଟରନେଟ୍ ଯୋଗେ ଦୁଇ ଶିଶୁଙ୍କୁ ନେବାପାଇଁ ପ୍ରସ୍ଥାବ ଦେଇଥିଲେ । ଆଜି ନୀଳାଚଳ ସେବା ପ୍ରତିଷ୍ଠାନ ପରିସରରେ ଇଟାଲିରୁ ଆସିଥିବା ଦମ୍ପତି ଦୁଇ ଭଉଣୀଙ୍କୁ ନେବା ସମୟରେ ଦୁଇ ଶିଶୁ କନ୍ୟା ଆଖିରୁ ଲୋତକ ଝରି ପଡୁଥିଲା । ଦୁଇ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ସମୟରେ ପୁରୀ ଚାଇଲ୍ଡ ଲାଇନ୍‌, ଶିଶୁ ମଙ୍ଗଳ ସମିତି ଏବଂ ନୀଳାଚଳ ସେବା ପ୍ରତିଷ୍ଠାନର ସମ୍ପାଦକ ସୁବାସ ଚନ୍ଦ୍ର ଗଜେନ୍ଦ୍ର,ସହ ସମ୍ପାଦକ ବିଜୟ କୁମାର ବଡ଼ଜେନା ଓ ଶିଶୁ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶନୀ ପଟ୍ଟନାୟକ ଉପସ୍ଥିତ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking