43.9 C
Bhubaneswar
Friday, April 19, 2024
Homeଓଡିଶାଘରକୁ ଧକ୍କା ଦେଇ ଟ୍ରାକ୍ଟର୍‌ ଚାଳକଙ୍କ ମୃତ୍ୟୁ

ଘରକୁ ଧକ୍କା ଦେଇ ଟ୍ରାକ୍ଟର୍‌ ଚାଳକଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରରେ ଗଟି ଯାଇଛି ଏକ ଅଭାବନୀୟ ଘଟଣା | ଗୁରୁବାର ସକାଳେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଧନୁପାଲି ଥାନା ଅଧୀନ ଭତରା ଛକ ପାଖରେ ଗୋଟାଏ ଟ୍ରାକ୍ଟର୍‌ ଗୋଟାଏ ଘର ଉପରେ ଧକ୍କା ଦେବାରୁ ଟ୍ରାକ୍ଟର ଚାଳକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ଟ୍ରାକ୍ଟର୍‌ ଚାଳକ ଜଣକ ହେଉଛନ୍ତି ଲିମସାରିଏନ୍‌ର ଶ୍ୟାମ ଓରାମ ବୋଲି ଜଣା ପଡିଛି ।
ତେବେ ସେ ବେପରୁଆ ଭାବେ ଅତି ଦ୍ରୁତ ଗତିରେ ଟ୍ରାକ୍ଟର୍‌ ଚଳାଇ ନେଉଥିବା ବେଳେ ଗାଡ଼ିଟି ତାଙ୍କ ନିୟନ୍ତ୍ରଣରୁ ଓହୋରି ଯାଇ ରାସ୍ତା ପାର୍ଶ୍ୱର ଗୋଟାଏ ଘରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଚାଳକ ଶ୍ୟାମଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ଶ୍ୟାମଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି । ଆଜି ଶବ ବ୍ୟବଚ୍ଛେଦ କରାଯିବ । ଧନୁପାଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking