28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସେନା କ୍ୟାମ୍ପ ଉପରେ ଆକ୍ରମଣ

ସେନା କ୍ୟାମ୍ପ ଉପରେ ଆକ୍ରମଣ

ନିଅମେ: ପଶ୍ଚିମ ଆଫ୍ରିକାରେ ଥିବା ନାଇଜର ଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ନାଇଜର ଦେଶର ଏକ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୀମାରେ ଥିବା ନାଇଜରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୭୧ ଯବାନ ଶହୀଦ ହୋଇଛନ୍ତି । ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଜିହାଦି ଗୋଷ୍ଠୀ ରହିଛନ୍ତି ବୋଲି ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ମଙ୍ଗଳବାର ପଶ୍ଚିମ ତିଲାବେରୀରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଥିବାବେଳେ ନାଇଜର ସେନା ଉପରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡ଼ିଛି । ୨୦୧୫ରୁ ଇସଲାମିକ ଆତଙ୍କବାଦୀ ମାନେ ନାଇଜରରେ ହିଂସା କାଣ୍ଡ ଘଟାଇ ଆସୁଥିବା ଜଣାପଡ଼ିଛି । ନାଇଜର ସେନା ବୋକା ହାରାମ ଆତଙ୍କବାଦୀ ସଂଗଠନ ସହ ପୂର୍ବରୁ ଲଢ଼ିଆସୁଛି । ରାଷ୍ଟ୍ରପତି ୟୁସୁଫ ମହମ୍ମଦ ମିଶ୍ର ଗସ୍ତ ଅଧାରୁ ବାତିଲ କରି ସ୍ୱଦେଶ ଫେରୁଥିବା ସୂଚନା ରହିଛି ।
ସୂଚନା ଅନୁସାରେ, ଆତଙ୍କବାଦୀ ମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ସୁଚିନ୍ତିତ ଭାବରେ ଷଡ଼ଯନ୍ତ୍ର କରି ସେନା ଉପରେ ଏହି ଆକ୍ରମଣ କରିଥିବା ଜଣାପଡିଛି । ସେନା ମଧ୍ୟ କଡ଼ା ଜବାବ ଦେବାକୁ ଯାଇ ଅନେକ ଆତଙ୍କବାଦୀକୁ ନିପାତ କରିଛି ବୋଲି ନାଇଜର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମଙ୍କୁ କହିଛନ୍ତି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପାଖାପାଖି ୩ ଘଣ୍ଚା ଧରି ଗୁଳି ବିନିମିୟ ଚାଲିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking