27.1 C
Bhubaneswar
Friday, July 11, 2025
Homeଓଡିଶାଏ.ଆଇ.ଏମ୍‍. ସିରିଅସ୍‍ ଇନୋଭେସନ କାର୍ଯ୍ୟକ୍ରମରେ ଡିଏଭି ପୋଖରୀପୁଟର କୃତିତ୍ୱ

ଏ.ଆଇ.ଏମ୍‍. ସିରିଅସ୍‍ ଇନୋଭେସନ କାର୍ଯ୍ୟକ୍ରମରେ ଡିଏଭି ପୋଖରୀପୁଟର କୃତିତ୍ୱ

ଭୁବନେଶ୍ୱର ତା. ୧୧-୧୧-୨୦୨୦ – ଅଟଳ ଇନୋଭେସନ ମିସନ୍‍ ଦ୍ୱାରା ଭାରତୀୟ ଓ ରୁଷିଆ ବିଦ୍ୟାର୍ଥୀମାନଙ୍କ ପାଇଁ ଆୟୋଜିତ ଏଆଇଏମ୍‍ ସିରିଅସ୍‍ ଇନୋଭେସନ୍‍ ପ୍ରୋଗ୍ରାମ ୩.୦ ଭର୍ଚୁଆଲ୍‍
କାର୍ଯ୍ୟକ୍ରମରେ ଡିଏଭି ପବ୍ଲିକ୍‍ ସ୍କୁଲ ପୋଖରୀପୁଟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ମିସ୍‍ ପ୍ରିସା ରାଉତରାୟ ତଥା ରସାୟନ ବିଜ୍ଞାନର ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଦାସ ୧୪ ଦିନିଆ ଭର୍ଚୁଆଲ୍‍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ନୀତିଆୟୋଗର ଏକ ପ୍ରେସ୍‍ ବିବୃତ୍ତି ଅନୁୟାୟୀ ଏହି ପ୍ରଶିକ୍ଷଣ ଇଣ୍ଡୋ-ରୁଷିଆର ଏକ ଦି ୍ୱପାକ୍ଷିକ ଯୁବ ଉଦ୍ଭାବନ ପଦକ୍ଷେପ । ଏଆଇଏମ୍‍-ସିରିଅସ୍‍ କାର୍ଯ୍ୟକ୍ରମ ଦୁଇ ଦେଶ ପାଇଁ ବୈଷୟିକ (ଉଭୟ ୱେବ୍‍ ଏବଂ ମୋବାଇଲ୍‍ ଆଧାରିତ) ବିକାଶ କରିବାକୁ ଚେଷ୍ଟା କରିଛି । ନଭେମ୍ବର ୭ ରୁ ୨୧ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୪୮ ଜଣ ଛାତ୍ରଛାତ୍ରୀ, ୧୬ ଜଣ ଶିକ୍ଷାବିତ୍‍ ଏବଂ ପରାମର୍ଶଦାତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୮ ଟି ଭର୍ଚୁଆଲ୍‍ ଉତ୍ପାଦ ଏବଂ ମୋବାଇଲ୍‍ ପ୍ରୟୋଗ ସୃଷ୍ଟି କରାଯିବ ; ଯାହା ବିଶ୍ୱବାସୀଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ । ଏହା ସଂସ୍କୃତି, ଦୂରତା ଶିକ୍ଷା , ପ୍ରାୟୋଗିକ ଜ୍ଞାନବିଜ୍ଞାନ , ସ୍ୱାସ୍ଥ୍ୟ-ସୁସ୍ଥତା, କ୍ରୀଡ଼ା , ଫିଟ୍‍ନେସ୍‍, ଖେଳ ପ୍ରଶିକ୍ଷଣ, ରସାୟନ ବିଜ୍ଞାନ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଆର୍ଥିକ ସମ୍ପତ୍ତି ବୃଦ୍ଧି କ୍ଷେତ୍ରରେ ସହାୟକ ହେବ । ଚଳିତ ବର୍ଷ ଏହି ସମବାୟ ସମିତିରେ ସିରିୟସ୍‍ ଶ୍ରେଷ୍ଠ ରୁଷିଆ ବିଦ୍ୟାର୍ଥୀ ଏବଂ ୨୦୧୯ ଏଟିଏଲ୍‍ ରାଥନ୍‍ର ଶ୍ରେଷ୍ଠ ୧୫୦ଟି ଟିମ୍‍ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ଭାରତୀୟ ବିଦ୍ୟାର୍ଥୀ ତଥା ଏଟିଏଲ୍‍ ଇନଚାର୍ଜ ଏଥିରେ ଯୋଗ ଦେଇଛନ୍ତି । ପ୍ରିସା ରାଉତରାୟ ସମ୍ମାନିତ ୪୮ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ନିଜର ସ୍ଥାନକୁ ସଂରକ୍ଷିତ କରିଛନ୍ତି । ଏହି ଅନ୍ତର୍ଜାତୀୟ ଅଭିନବ କାର୍ଯ୍ୟକ୍ରମର ଅଂଶଗ୍ରହଣ ନିମନ୍ତେ ଭାରତର ୮ ଜଣ ମନୋନୀତ ଶିକ୍ଷାବିତ୍‍ଙ୍କ ମଧ୍ୟରୁ ବିଦ୍ୟାଳୟର ଏଟିଏଲ୍‍ ଦାୟିତ୍ୱରେ ଥିବା ଶ୍ରୀ ପ୍ରଶାନ୍ତ କୁମାର ଦାସ ଅନ୍ୟତମ । ଡିଏଭି ଓଡିଶା ଜୋନ୍‍ -୧ ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର ଶତପଥୀ ଏବଂ ସହ ଆଞ୍ଚଳିତ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତାଙ୍କ ସହ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଡ. ଅରୁଣ କୁମାର ରଥ ଏହି କୃତିତ୍ୱ ପାଇଁ ଉଭୟଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking