14.1 C
Bhubaneswar
Saturday, January 11, 2025
Homeଅପରାଧପ୍ରେମ ପାଇଁ ବାପାକୁ ହତ୍ୟା କଲା ଝିଅ

ପ୍ରେମ ପାଇଁ ବାପାକୁ ହତ୍ୟା କଲା ଝିଅ

ଉତ୍ତର ପ୍ରଦେଶ: ପ୍ରେମ ପାଇଁ ଝିଅ କଲା ବାପାର ହତ୍ୟା । ଉତ୍ତର ପ୍ରଦେଶ ବାରଣାସୀଠାରେ ୪ଦିନ ପୂର୍ବରୁ ହୋଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡରେ ଜଡ଼ିତ ମୁଖ୍ୟ ଅପରାଧିମାନଙ୍କୁ ଜେରା କରିବା ପରେ ପୋଲିସ ମୃତ ବ୍ୟକ୍ତିର ଝିଅକୁ ଗିରଫ କରିଛି । ତେବେ ସୂଚନାନୁସାରେ, ବାରଣାସୀର ମିର୍ଜାପୁର ଥାନା ଅନ୍ତର୍ଗତ ତମାଚାବାଦ ଠାରେ ରହୁଥିବା ବ୍ୟବସାୟୀ ରାଜେଶ ଜସବାଲ ୨୯ ଜୁଲାଇ ସନ୍ଧ୍ୟା ସାଢ଼େ ୭ ବେଳେ ନିଜ ଅସୁସ୍ଥ ଶାଶୂଙ୍କ ପାଇଁ ହସ୍ପିଟାଲକୁ ଖାଇବା ନେଇ ଯାଉଥିବା ସମୟରେ ଏକ ସୁନସାନ ରାସ୍ତାରେ ଅପରାଧିମାନେ ଗୁଳିଚଳାଇ ତାଙ୍କର ହତ୍ୟା କରିଥିଲେ । ତେବେ ଘର ଲୋକେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହ କରିଥିଲେ ।

କିନ୍ତୁ ଘଟଣାର ତଦନ୍ତରୁ ପୋଲିସକୁ ଘରର  ଯୁବତୀ ଉପରେ ସନ୍ଦେହ ହୋଇଥିଲା । ଯାହାର ତା ପାଖ ଗାଁର ଏକ ଯୁବକ ଜାବେଦ ସହ ପ୍ରେମ ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା ।  ତଦନ୍ତରୁ ଜଣା ପଡ଼ିଥିଲା ଯେ ଦୁହେଁ ପରସ୍ପର କୁ ବିବାହ କରିବାକୁ ଚାହୁଁଥିଲେ ।  କିନ୍ତୁ ରାଜେଶ ଜସବାଲ ଏଥିରେ ବିରୋଧ କରିଥିଲେ । ଏହା ସହ ଝିଅକୁ ପ୍ରେମିକ ସହ ଦେଖା କରିବାକୁ ମଧ୍ୟ ବାରଣ କରିଥିଲେ । ଯେଉଁଥିପାଇଁ ଯୁବତୀ ନିଜ ପ୍ରେମୀ ସହ ମିଶି ନିଜ ବାପାକୁ ହତ୍ୟା କରିବା ଯୋଜନା କରିଥିଲା । ତେବେ ଯୋଜନା ମୁତାବକ ରାଜେଶ ରାସ୍ତାରେ ଯାଉଥିବା ସମୟରେ ଝିଅଟିର ପ୍ରେମିକ, ତା ସାଙ୍ଗ ଆକିବ ଅଂଶାରୀ ଦୁହେଁ ରାଜେଶଙ୍କ ପିଛା କରି ମୋହନସରାୟ ରାଷ୍ଟ୍ରୀୟ ମାର୍ଗ ଉପରେ ରାଜେଶଙ୍କ ଉପରେ ଗୁଳି ଚଳାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ହୋଇଯାଇଥିଲା । ବାରଣାସୀ ପୋଲିସର କହିବା ଅନୁସାରେ, ହତ୍ୟା କରିବା ପରେ ଜାବେଦ ଘଟଣାରେ ବ୍ୟବହାର କରିଥିବା ବନ୍ଧୁକକୁ ଲୁଚାଇ ଦେଇଥିଲା । ତେବେ ପୋଲିସର  ତଦନ୍ତ ପରେ ଜାବେଦ ସହ ତା ସାଥି ଏବଂ ରାଜେଶର ସାନ ଝିଅକୁ ପୋଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବାଇକ ଏବଂ ବନ୍ଧୁକକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking