36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଜମ୍ମୁ କଶ୍ମୀର କଠୁଆରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ କଶ୍ମୀର କଠୁଆରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଜମ୍ମୁ କଶ୍ମୀରର କଠୁଆରେ ମଙ୍ଗଳବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟର ଭାରତୀୟ ସେନାର ଓ କଠୁଆ ରଣଜୀତ ସାଗର ଡ୍ୟାମ ନିକଟରେ ଏହା କ୍ରାସ ହୋଇଛି । ହେଲିକପ୍ଟରରେ ୩ ଜଣ ରହିଥିଲେ । ଦୁଇ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ହେଲିକପ୍ଟର ପଂଜାବ ପଠାନକୋଟରୁ ଉଡାଣ ଭରିଥିଲା । ପ୍ରାୟ ୧ ଘଣ୍ଟା ପରେ ଖବର ଆସିଥିଲା ଯେ, ନିୟମିତ ଉଡାଣ ମଧ୍ୟରେ ହେଲିକପ୍ଟର ରଣଜୀତ ସାଗର ଡ୍ୟାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଡ୍ୟାମ ପଂଜାବ ପଠାନକୋଟ ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ପରେ ତଦନ୍ତକାରୀ ଟିମ ଘଟଣାସ୍ଥଳରେ ପହଂଚିଛନ୍ତି । ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking