24.1 C
Bhubaneswar
Friday, January 17, 2025
Homeଓଡିଶାପୁରୀଠୁ ୧୦୦ କିମି ଦୂରରେ ଯିବ ବାତ୍ୟା-ଏସଆରସି

ପୁରୀଠୁ ୧୦୦ କିମି ଦୂରରେ ଯିବ ବାତ୍ୟା-ଏସଆରସି

ଭୁବନେଶ୍ୱର: ବାତ୍ୟା ଅସାନି ନେଇ ଏସଆରସି ପ୍ରଦୀପ ଜେନା ଙ୍କ ସୂଚନା । ବର୍ଷା ସତ୍ତ୍ୱେ ବନ୍ୟା ଆଶଙ୍କା ନାହିଁ । ଆବଶ୍ୟକ ସ୍ଥଳେ ଲୋକ ମାନଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି । ତଳିଆ ଅଂଚଳ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ନଜର ରଖାଯିବ ।୧୦-୧୫ ଟି ଓଡ୍ରାଫ, ଏନଡିଆରଏଫ ଟିମ ସଜାଗ ରହିଛନ୍ତି । ଗଂଜାମ, ପୁରୀ, ସାତପଡା, ବାଲେଶ୍ୱର, ଭଦ୍ରକରେ ଓଡ୍ରାଫ ଟିମ୍ ରହିବ । କଚ୍ଚା ଘରର ଲୋକଙ୍କୁ ଆବଶ୍ୟକ ପଡିଲେ ସ୍ଥାନାନ୍ତର କରାଯିବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା । ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବ ବାତ୍ୟା । ଆନ୍ଧ୍ର –ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା । ପ୍ରଭାବରେ ୪୦-୫୦ କିମି ବେଗରେ ପବନ ବହିପାରେ । ଅସାନୀର ପ୍ରଭାବରେ ୧୦ ରେ ଗଜପତି, ଗଂଜାମ ଓ ପୁରୀରେ ବର୍ଷା ହେବ । ୧୧ରେ ଗଂଜାମ , ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ବର୍ଷା ହେବ । ୧୨ ରେ ପୁରୀ, କେନ୍ଦ୍ରାପଡା, କଟକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking