28.1 C
Bhubaneswar
Tuesday, May 5, 2026
Homeଓଡିଶାବାତ୍ୟା 'ମୋନ୍ଥା': ଧସିଲା ବିରାଟକାୟ ପଥର

ବାତ୍ୟା ‘ମୋନ୍ଥା’: ଧସିଲା ବିରାଟକାୟ ପଥର

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପ୍ରଭାବର ମୋହନାରେ ଭୂସ୍ଖଳନ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାହଡ଼ରୁ ରାସ୍ତା ଉପରକୁ ଧସି ପଡ଼ିଲା ବିରାଟକାୟ ପଥର । ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି । ବର୍ଷା ହାଲୁକା କମିଥିଲେ ସୁଦ୍ଧା ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହାପରେ ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି । ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ରାସ୍ତା ସଫା କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଜେସିବି ସହ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking