22.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ, ବହିବ ପବନ

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ, ବହିବ ପବନ

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ଆସାନୀ ପ୍ରଭାବର ଆଣ୍ଡାମାନ ଦ୍ବୀପପୂଞ୍ଜ ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନ ହେବା ନେଇ ପୂର୍ବାନୂମାନ କରିଛି ଭରତୀୟ ପାଣିପାଗ ବିଭାଗ (IMD) । ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜ ଅଞ୍ଚଳରେ ଏହାର ସର୍ବାଧିକ ପ୍ରଭାବ ଅନୁଭୂତ ହେବାକୁ ଥିବାବେଳେ ସେଠାରେ ସମସ୍ତ ପ୍ରକାର ସତର୍କ ସୂଚନା ଜାରି କରାଯାଇଥିବା ନେଇ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ବାତ୍ୟାର ଗତିପଥ ଓ ପ୍ରଭାବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଜେନାମଣି କହିଛନ୍ତି, ଏହି ବାତ୍ୟାର ପ୍ରଭାବ ଆଣ୍ଡାମାନ ଅଞ୍ଚଳରେ ସର୍ବାଧିକ ଅନୁଭୂତ ହେବ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବର୍ଷା ଓ ପବନର ମାତ୍ରା ବୃଦ୍ଧି ପାଇବ । ସେହିପରି କ୍ରମଶଃ ଏହି ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବ । ଆଣ୍ଡାମାନ ଦ୍ବୀପପୂଞ୍ଜ ଅଞ୍ଚଳ ଅତିକ୍ରମ କରିବା ପାଇଁ ବାତ୍ୟା ପ୍ରାୟ ୪୫ ଘଣ୍ଟା ସମୟ ନେବା ନେଇ ଅନୁମାନ କରାଯାଉଛି ।

ତେଣୁ ଆଣ୍ଡାମାନ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବରୁ କରାଯାଇଥିବା ପୂର୍ବାନୂମାନରେ ସେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ବାତ୍ୟା ଆଣ୍ଡାମାନ ଅଞ୍ଚଳ ପରବର୍ତ୍ତେ ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବା ସହ କ୍ରମଶଃ ଦୂର୍ବଳ ହେବାନେଇ ସଦ୍ୟତମ ଅନୁଧ୍ୟାନରୁ ସୂଚନା ମିଳିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆଣ୍ଡାମାନ ଅଞ୍ଚଳ ଅତିକ୍ରମ କରିବାକୁ ଥିବାବେଳେ ୧୨ ଘଣ୍ଚା ମଧ୍ୟରେ ତାର ସର୍ବାଧିକ ପ୍ରଭାବ ଅନୁଭୂତ ହେବ । ତେଣୁ ସମସ୍ତ ପ୍ରକାର ସତର୍କ ସୂଚନା ଜାରି କରାଯାଇସରିଛି । ମିଆଁମାର ଉପକୂଳରୁ ପୋର୍ଟବ୍ଲେୟାର ସାମୁଦ୍ରିକ କ୍ଷେତ୍ର ମଧ୍ୟରେ ସମସ୍ତ ଗତିବିଧି, ମାଛଧରା ଇତ୍ୟାଦି ବନ୍ଦ ରଖିବା ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସତର୍କ ସୂଚନା ଜାରି କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking