28.1 C
Bhubaneswar
Friday, March 29, 2024
Homeଓଡିଶାମାଡ଼ି ଆସୁଛି ଅମ୍ଫାନ : ରାଜ୍ୟର ଏହି ୬ଟି ଜିଲ୍ଲାରେ ରହିଛି ବିପଦ

ମାଡ଼ି ଆସୁଛି ଅମ୍ଫାନ : ରାଜ୍ୟର ଏହି ୬ଟି ଜିଲ୍ଲାରେ ରହିଛି ବିପଦ

ଭୁବନେଶ୍ବର : ମାଡ଼ି ଆସୁଛି ଅମ୍ଫାନ। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବ ରାଜ୍ୟର ଏହି ୬ଟି ଜିଲ୍ଲା । ଆଇଏମ୍‌ଡି ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜକୁ ରହିଛି ଅଧିକ ବିପଦ । ଏହି ୬ଟି ଜିଲ୍ଲାରେ ଚାଳ ଛପର, କୁଡିଆ, ଝୁମ୍ପୁଡି କଚ୍ଚା ଘର କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କିଛି ସ୍ଥାନରେ ପକ୍କା ଘର ବି କ୍ଷତିଗ୍ରସ୍ତ ହୋଇପାରେ । ବିଦ୍ୟୁତ ଓ ଟେଲିଫୋନ୍ ଖୁଣ୍ଟ, ବଡ଼ ବଡ଼ ଗଛ ମଧ୍ୟ ଉପୁଡିପାରେ । ଭୁଷୁଡିପାରେ ଚାଳ ଛପର, କଚ୍ଚା ଘର । ପକ୍କା ରାସ୍ତା ବି କ୍ଷତିଗ୍ରସ୍ତ ହେବ । ମୋବାଇଲ ସିଗ୍‌ନାଲ, ରେଳ ସେବା, ବିଜୁଳି ସେବା ପ୍ରଭାବିତ ହେବ । ପବନ ଯୋଗୁ ବିଲରେ ଥିବା ଫସଲ ନଷ୍ଟ ହେବାନେଇ ପୂର୍ବାନୁମାନ କରିଛି ଆଇଏମଡି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ଆଜିଠୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ । ଏବେ ସୁଦ୍ଧା ୭ ହଜାର ୯୨ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ ହୋଇଛି । ସାମାଜିକ ଦୂରତା ସହ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ଜିଲ୍ଲାକୁ ଏନଡିଆରଏଫ ଟିମ ମୂତୟନ କରାଯାଇଛି। ଏହାସହ ଓଡ୍ରାଫ ଓ ଅଗ୍ନିଶମବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking