26.1 C
Bhubaneswar
Friday, June 6, 2025
Homeଦେଶ ବିଦେଶଡିସେମ୍ବର ୧୧ରେ ଭାରତ ଉପରେ ସାଇବର ଆକ୍ରମଣ କରିବୁ : ପାକିସ୍ତାନୀ ହାକର୍ସ ଗ୍ରୁପ୍

ଡିସେମ୍ବର ୧୧ରେ ଭାରତ ଉପରେ ସାଇବର ଆକ୍ରମଣ କରିବୁ : ପାକିସ୍ତାନୀ ହାକର୍ସ ଗ୍ରୁପ୍

ନୂଆଦିଲ୍ଲୀ: ଦେଶରେ ବଡ଼ ଧରଣର ସାଇବର ଆକ୍ରମଣର ଆଶଙ୍କା ଦେଖାଦେଇଛି। ଆମେରିକା, ଇସ୍ରାଏଲ, ଆମେରିକା ଓ ସ୍ୱିଡେନ୍ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବଡ଼ ଧରଣର ସାଇବର ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ହ୍ୟାକର୍ସ ଗ୍ରୁପ୍ ନିଜ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛି ଯେ ଏହି ଗ୍ରୁପ୍ ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ କରିବ। ଗ୍ରୁପ୍ ଏହାର ଟେଲିଗ୍ରାମ ଚ୍ୟାନେଲ୍ ରେ ୪,୦୦୦ ସବସ୍କ୍ରାଇବର ଥିବା ଦାବି କରିଛି। ଏହି ବିପଦକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। କୌଣସି ଅନଧିକୃତ ପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ସରକାର ମନ୍ତ୍ରଣାଳୟ ଏବଂ ସମସ୍ତ ବିଭାଗକୁ ସେମାନଙ୍କ ସାଇବର ନିରାପତ୍ତା ପଦକ୍ଷେପକୁ ସକ୍ରିୟ ଭାବରେ ବ୍ୟାପକ କରିବାକୁ କହିଛନ୍ତି। ଏଥିସହ ସାଇବର ହାଇଜିନ୍ ଅପରେଟିଂ ପ୍ରୋସିଜିଓର (ଏସ୍ଓପି)କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡାଟାକୁ ସୁରକ୍ଷିତ ରଖିବା ଏବଂ ହ୍ୟାକିଂରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ହ୍ୟାକର୍ସ ଗ୍ରୁପର ଧମକ ପରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଭାବେ ସତର୍କ ହୋଇପଡ଼ିଛନ୍ତି। ଏହି ସାଇବର ଆକ୍ରମଣର ପ୍ରଥମ ଟାର୍ଗେଟ ସ୍ୱାସ୍ଥ୍ୟ କ୍ଷେତ୍ର ହୋଇପାରେ ବୋଲି ଏଜେନ୍ସିମାନେ ଆଶଙ୍କା କରୁଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ର ସବୁବେଳେ ହ୍ୟାକରଙ୍କ ରାଡାରରେ ରହିଥାଏ । କୋଭିଡ୍-୧୯ ମହାମାରୀ ପରେ ଏହି କ୍ଷେତ୍ର ଉପରେ ଆକ୍ରମଣ ତୀବ୍ର ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking