କଟକ: ଜୋର ଧରିଲା ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା । ଛାତ୍ରୀମାନଙ୍କୁ ସମର୍ଥନ କରି ଆଜି କଲେଜର ପୂର୍ବତନ ଛାତ୍ରୀ, କଟକ ବରିଷ୍ଠ ନାଗରିକ, କଟକ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଆସି ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଶୈଳବାଳାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳି ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ।ଦାବି ପୂରଣ ନହେଲେ ଆଗାମୀ ଦିନରେ କଟକ ବନ୍ଦ ପାଇଁ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ପୂର୍ବତନ ଛାତ୍ରୀମାନେ । ଗତକାଲି ଜିଲ୍ଲାପାଳଙ୍କ ସହିତ ଆଲୋଚନା ବିଫଳ ହେବା ପରେ କଲେଜର କିଛି ଛାତ୍ରୀ ଓ ପୂର୍ବତନ ଛାତ୍ରୀମାନେ ଅହୋରାତ୍ର ଧାରଣା ଦେଇଥିଲେ । ଆଜି ପୁଣି ଧାରଣା ଜାରି ରହିବ ବୋଲି କହିଛନ୍ତି । ଅନ୍ୟପଟେ କଲେଜ ଅଧ୍ୟକ୍ଷଙ୍କ ନାଁରେ ଛାତ୍ରୀମାନେ ବଡ଼ ଅଭିଯୋଗ ଆଣିଛନ୍ତି ।










