ଖୋର୍ଦ୍ଧା: ଗମନା ଗମନରେ ସମସ୍ୟା । ନିମ୍ନ ମାନର କାମ ଯୋଗୁ ରାସ୍ତାଦବି ଗଲାଣି । ତିଆରି ହୋଇଥିବା ବ୍ରିଜ୍ ବି ଧସିଗଲାଣି । ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱ ଦବି ଯାଇଛି । ବିଭିନ ସ୍ଥାନରେ ବଡ଼ ବଡ଼ ଗାତ ବି ହୋଇଛି । ଏପରି କି ରାସ୍ତା ଆଉ ବ୍ରିଜକୁ ସୁରକ୍ଷା ଦେଉଥିବା ଗାଡ଼ ୱାଲ ଧସି ଯାଇଛି । ପଥର ପ୍ୟାଚିଂ ସବୁ ଖସି ଏବେ ତଳେ । ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି ଲୋକେ । ଅଳ୍ପ ବାଟ ପଟେ ନଯାଇ ବୁଲି ବୁଲି ଯାଉଛନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ବହବୁାର ଜଣାଇଛନ୍ତି । ହେଲେ ସମାଧାନ ତ ଦୂର କଥା ଶୁଣିବାକୁ ଯେମିତି କେହି ନାହିଁ । ଆଉ ଥରେ ରାସ୍ତା ପାଇଁ ନୂତନ ଭାବରେ ଟେଣ୍ଡର ହୋଇଥିବା କୁହାଯାଉଛି । ହେଲେ କାହିଁକି ଏତେ ଶୀଘ୍ର ରାସ୍ତା ବ୍ରିଜ୍ ଖରାପ ହେଲା ବୋଲି ତାର ଉତର ଦେଇ ପାରୁ ନାହାନ୍ତି । ତେବେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ହେଉଥିବା ଏସବୁ କାମ ଏତେ ନିମ୍ନ ମାନର ହେବା ପଛରେ କାରଣ କଣ । ଏ ଦିଗରେ ତଦନ୍ତ କରିବାକୁ ଦାବି ହୋଇଛି । ବ୍ରିଜ୍ କାମକୁ ଗୁରୁତ୍ବ ଦିଆଯିବ ସହିତ ତୁରନ୍ତ ମରାମତି କରାଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ ।