30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶଗାଈର ଦାମ ୪୦ କୋଟି

ଗାଈର ଦାମ ୪୦ କୋଟି

ନୂଆଦିଲ୍ଲୀ : ୪୦ କୋଟି ଟଙ୍କାର ଗୋଟିଏ ଗାଈ ବିକ୍ରି ହୋଇଛି । ଦୁନିଆର ସବୁଠୁ ଦାମି ଗାଈ ଭାବରେ ବିଶ୍ୱରେ ପରିଚିତ । ବ୍ରାଜିଲରେ ୪୦  କୋଟିରେ ବିକ୍ରି ହୋଇଛି ଗୋଟିଏ ଗାଈ । ବ୍ରାଜିଲରେ ଆୟୋଜିତ ଏକ ନିଲାମୀରେ ପ୍ରତିଯୋଗିତା ଲାଗି ପଡିଥିଲା । ଆଉ ଦାମୀ ଗାଈ ଭାବରେ ବିଶ୍ୱ ରେକର୍ଡ କରିଛି । ଗାଈର ନାଁ ନେଲୋର ବ୍ରିଡ ଗାଈ  ଭିଏଟିନା – ୧୯ । ଏହି ଗାଈ ୪୦ କୋଟି ଟଙ୍କାରେ ବିକ୍ରି ହୋଇ ଗିନୀଜ ବୁକ ଅଫ ୱାଲ୍ଡ  ରେକର୍ଡରେ ସ୍ଥାନ ପାଇଛି । ଅସାଧାରଣ ଜିନ , ଶାରୀରିକ ସୌନ୍ଦର୍ଯ୍ୟ ଓ ଆକାର ପାଇଁ ଭିଏଟିନା -୧୯ ପ୍ରସିଦ୍ଧ । ଏହାର ଓଜନ ୧୧୦୧ କିଲୋଗ୍ରାମ ।  ଯାହା ନିଜ ପ୍ରଜାତିର ଅନ୍ୟ ଗାଈମାନଙ୍କ ତୁଳନାରେ ପ୍ରାୟ ଦୁଇଗୁଣ ଓଜନିଆ ଅଟେ ।  ଭିଏଟିନା – ୧୯ ବ୍ରାଜିଲରେ ମିସ ସାଉଥ ଆମେରିକା  ଟାଇଟଲ ହାସଲ କରିଥିଲା ।  ଭିଏଟିନା ୧୯ – ହେଉଛି ନେଲୋର ବ୍ରିଡର ଏକ ଭାରତୀୟ ପ୍ରଜାତି ।  ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖାଯାଏ ନେଲୋର ବ୍ରିଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking