30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକୋଓ୍ୱିନ ପୋର୍ଟାଲକୁୁ ନେଇ ମୁହାଁ ମୁହିଁ

କୋଓ୍ୱିନ ପୋର୍ଟାଲକୁୁ ନେଇ ମୁହାଁ ମୁହିଁ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ସ୍ଥିତି ତଳମୁହାଁ ହୋଇଛି | ତେବେ ଏହି ପରିପେକ୍ଷୀରେ କୋଭିଡ ଟିକାକରଣ ପାଇଁ କେନ୍ଦ୍ରର କୋଓ୍ୱିନ ପୋର୍ଟାଲକୁ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ରାଜ୍ୟ । ଛତିଶଗଡ ସହିତ କଂଗ୍ରେସ ଶାସିତ ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ଆପ୍ ବିରୋଧରେ ଏକାଠି ହୋଇଛନ୍ତି । ଆଗାମୀ ଦିନରେ ଛତିଶଗଡ ସରକାର ଟିକାକରଣ ପାଇଁ ଏକ ନୂତନ ପୋର୍ଟାଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂଚନା ମୁତାବକ, ବାସ୍ତବରେ କେତେକ ବିରୋଧୀ ରାଜ୍ୟ ଏହି ଟୀକାକରଣ ପାଇଁ କେନ୍ଦ୍ରର ପ୍ରୋତ୍ସାହନ ରଣନୀତିରେ ଅସନ୍ତୁଷ୍ଟ ଅଛନ୍ତି ।

ନିର୍ବାଚନ ସମୟରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇଥିଲେ । କେତେକ ରାଜ୍ୟ ସିଧାସଳଖ କହିବାକୁ ବାରଣ କରୁଛନ୍ତି, କିନ୍ତୁ ସେମାନଙ୍କର ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଛି । ଅନ୍ୟପକ୍ଷରେ ଛତିଶଗଡ ଏହାର ନୂତନ ରାଜ୍ୟ ସ୍ତରୀୟ ପୋର୍ଟାଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଯାହାଫଳରେ ରାଜ୍ୟ ନିଜକୁ ପୃଥକ ଭାବରେ ପଞ୍ଜୀକୃତ କରିପାରିବ ଏବଂ ଏଥିରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପୃଥକ ଭାବରେ ଚିହ୍ନଟ କରାଯାଇ ଚିକା ଦିଆଯାଇପାରିବ । ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ରାଜ୍ୟସ୍ତରୀୟ ଆପର ଆବଶ୍ୟକତା ଦର୍ଶାଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking