39.1 C
Bhubaneswar
Tuesday, April 23, 2024
Homeଓଡିଶାଗ୍ରାମ ରାସ୍ତା କାଦୁଅରେ ଭର୍ତ୍ତି; ଯାଇପାରିଲାନି ଆମ୍ବୁଲାନ୍ସ, ଟ୍ରଲିରେ ପ୍ରସବ

ଗ୍ରାମ ରାସ୍ତା କାଦୁଅରେ ଭର୍ତ୍ତି; ଯାଇପାରିଲାନି ଆମ୍ବୁଲାନ୍ସ, ଟ୍ରଲିରେ ପ୍ରସବ

ବାଲେଶ୍ୱର : କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରାସ୍ତାକଘାଟର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗ୍ରାମାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ରାସ୍ତା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ବିଭିନ୍ନ ସମୟରେ ଧନଜୀବନ ହାନି ଘଟିଥିବା ଦେଖିବାକୁ ମିଳୁଛି । ସେଇଭଳି ଭାବେ ଏକ ରାସ୍ତା କାର୍ଯ୍ୟ ଚାଲୁଥିବାବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଯାଇଛି ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧିନ ଖରିଦା ଗ୍ରାମରେ । ସୂଚନା ଅନୁଯାୟୀ ସୋମବାର ସକାଳେ ଖରିଦା ଗ୍ରାମର କମଳାକାନ୍ତ ସାହୁଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ମେଡିକାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗ୍ରାମ ରାସ୍ତା ଉପରେ ମାଟି ପଡ଼ି କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଯାଇନପାରି ଅଧା କିଲୋମିଟର ପୂର୍ବରୁ ଥିବା ସମ୍ପେଇ ଗ୍ରାମରେ ଅଟକି ରହିଥିଲା । ବାଧ୍ୟ ହୋଇ ପରିବାର ଲୋକେ ମଞ୍ଜୁଲତାଙ୍କୁ ଏକ ଟ୍ରଲିରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ହେଲେ ବିଳମ୍ବ ଯୋଗୁଁ ପ୍ରସବ ଯନ୍ତ୍ରଣା ସହି ନପାରି ରାସ୍ତା ମଝିରେ ଟ୍ରଲି ଉପରେ ପ୍ରସବ କରିଥିଲେ ପ୍ରସୂତି । ପ୍ରସବ ସମୟରେ ପରିବାର ଲୋକେ ଟ୍ରଲି ଚାରିକଡ଼େ ଲୁଗା ଘୋଡ଼ାଇଥିବା ଦେଖିବାକୁ ମିଳିଥିଲା । ପରେ ପ୍ରସୂତି ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ମା ଓ ନବଜାତ ଶିଶୁକୁ ଚିକିତ୍ସା ପାଇଁ ସୋର ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଥାଉ କି କିଛିଦିନ ପୂର୍ବେ ଏହି ଗ୍ରାମଦେଇ ନୂତନ ରାସ୍ତା କାର୍ଯ୍ୟ ହୋଇଥିଲା । ହେଲେ ସମ୍ପୃକ୍ତ ଠିକାଦାର ଦୀର୍ଘଦିନ ଧରି ରାସ୍ତା ଉପରେ ମାଟି ପକାଇଥିବାରୁ ବର୍ଷାରେ ରାସ୍ତା କାଦୁଅ ହୋଇଯାଇଛି । ଯାହାଫଳରେ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ହୋଇପାରୁନାହିଁ । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking