ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ୨ୟ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନିଆଯିବ । ବିଧାନସଭାକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର ହେବ କୋଭିଡ ଟେଷ୍ଟ । ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଣ୍ଟିଜେନ ଟେଷ୍ଟ କରାଯିବ । ଦୁଇ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ ସେମାନଙ୍କୁ ବିଧାନସଭାକୁ ଯିବାକୁ ଅନୁମତି ଦିଆଯିବ ବୋଲି ସେ ଦର୍ଶାଇଛନ୍ତି । ସୂଚନାଥାଉକି, ମାର୍ଚ୍ଚ ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।