37.1 C
Bhubaneswar
Saturday, April 20, 2024
Homeଓଡିଶାକୁସଂସ୍କାର ଓ ଜାତିପ୍ରଥା ବିରୋଧୀ ଆନ୍ଦୋଳନର ସୂତ୍ରଧର ଥିଲେ ମହର୍ଷି ଦୟାନନ୍ଦ

କୁସଂସ୍କାର ଓ ଜାତିପ୍ରଥା ବିରୋଧୀ ଆନ୍ଦୋଳନର ସୂତ୍ରଧର ଥିଲେ ମହର୍ଷି ଦୟାନନ୍ଦ

ଆର୍ଯ୍ୟ ସମାଜ ଓଡିଶା ପକ୍ଷରୁ ୧୯୭ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର:ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ପକ୍ଷରୁ ଆଜି
ପବିତ୍ର ଫାଲଗୁନ୍ କୃଷ୍ଣ ଦଶମୀ ତିଥିରେ ମହର୍ଷିଙ୍କ ୧୯୭ ତମ ଜୟନ୍ତୀ ଉତ୍ସବ ଆର୍ଯ୍ୟ ଭବନ ଠାରେ ପାଳିତ
ହୋଇଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ
କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ ଆଜକୁ ୧୫୦ ବର୍ଷ ତଳେ ଭାରତବର୍ଷର ସାମାଜିକ ଅବସ୍ଥାକୁ
ଆମେ ଆଜି କଳ୍ପନା କରିପାରିବା ନାହିଁ । ସେହି ସମୟରେ ମହର୍ଷି ଦୟାନନ୍ଦ ସମାଜରୁ ଜାତିପ୍ରଥା ଓ କୁସଂସ୍କାର
ବିରୁଦ୍ଧରେ ଯେଉଁ ଆନ୍ଦୋଳନର ସୂତ୍ରପାତ କରିଥିଲେ, ତାହା ଥିଲା ଆର୍ଯ୍ୟ ସମାଜର ସଂସ୍କାରବାଦୀ
ଆନ୍ଦୋଳନ ।
ମହାବୋଧି ସୋସାଇଟିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ ଧର୍ମ ନାମରେ
କୁପ୍ରଥା ସମାଜର ବଡପଣ୍ଡାମାନଙ୍କର ପ୍ରୋତ୍ସାହନକୁ ମହର୍ଷି ଦୟାନନ୍ଦ କଠୋର ବିରୋଧ କରିବା ହିଁ ପରବର୍ତୀ
ସମୟରେ ଭାରତବର୍ଷରେ ସ୍ୱାଧିନତା ଆନ୍ଦୋଳନର ରୂପ ନେଇଥିଲା । ଆର୍ଯ୍ୟ ସମାଜ ଓଡିଶାର ଅଧ୍ୟକ୍ଷ ଡଃ
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ବକ୍ତା ଭାବେ ବୈଦିକ ବିଦ୍ୱାନ
ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ ସ୍ୱାମୀଜୀ ଭାରତୀୟ ଧର୍ମର ମୂଳଗ୍ରନ୍ଥ ବେଦକୁ ପ୍ରାଧାନ୍ୟ ଦେଇ
ବେଦ ଆଧାରିତ ବିଦ୍ୟା ଗୁରୁକୂଳ ଶିକ୍ଷାକୁ ପ୍ରଧାନ୍ୟ ଦେବା ସହ ବେଦର ପ୍ରତ୍ୟେକ ମନ୍ତ୍ର ସାଧାରଣ ଜନତାର
ବୋଧଗମ୍ୟ କରାଇବା ପାଇଁ ସଂପୂର୍ଣ୍ଣ ଜୀବନ ସମର୍ପଣ କରିଥିଲେ ।
ଏହି ଉପଲକ୍ଷେ ପ୍ରାତଃ ଯଜ୍ଞ କାର୍ଯ୍ୟ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ସମାପନ
କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇଂ. ବିବେକାନନ୍ଦ ପାତ୍ର ସ୍ୱାଗତ ଭାଷଣ ଓ ବାସ୍ତୁବିତ୍ ଡଃ ମନୋଜ
ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking