29.4 C
Bhubaneswar
Saturday, May 4, 2024
Homeଓଡିଶାମାଲକାନଗିରିରେ କଟକଣା ବଢିଲା

ମାଲକାନଗିରିରେ କଟକଣା ବଢିଲା

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ମାଲକାନଗିରିରେ କରୋନା କଟକଣା କଡାକଡି ହୋଇଛି । ଏଣିକି ବାହାର ରାଜ୍ୟରୁ ମାଲକାନିଗିରି ଆସିଲେ ୭ ଦିନ ଆଇସୋଲେସନରେ ରହିବାକୁ ହେବ । ୭ ଦିନ ବାଧ୍ୟତାମୂଳକ ଭାବେ ହୋମ ଆଇସୋଲେସନରେ ରହିବେ । ଅଙ୍ଗନବାଡି କର୍ମୀ, ସରପଂଚ ଆଗନ୍ତୁକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ବାହାରକୁ ଗଲେ ନୋଡାଲ ଅଫିସରଙ୍କ ଅନୁମତି ନେବାକୁ ପଡିବ । ଦଶାହ କର୍ମ, ବାହାଘର ଓ ଭୋଜିରେ ୨ ଶହ ଲୋକଙ୍କୁ ଅନୁମତି ମିଳିବ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ତାରିଖରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ । ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ । ନାଇଟ କର୍ଫ୍ୟୁ ଲାଗୁ ହେବା ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି । ସର୍ବସାଧାରଣ ଜାଗାରେ ଦୋଳ, ହୋଲି ପର୍ବ ପାଳନ ମନା କରାଯାଇଛି । କୋଭିଡ ଗାଇଡଲାଇନ ମାନି ୫୦ ଜଣରେ ହେବ ଦୋଳ ମେଳଣ । ସର୍ବସାଧାରଣ ଜାଗାରେ ସର୍ବାଧିକ ୨ ଶହ ଲୋକରେ ହେବ ବଡ ଯାତ୍ରା । କୋଭିଡ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତାରେ ବଡଯାତ୍ରା ପାଳନ ହେବ । ଦୀର୍ଘ ଦିନ ପରେ ରାଜ୍ୟରେ ପୁଣି ନାଇଟ କର୍ଫ୍ୟୁ ଫେରିଛି । ମାଲକାନଗିରିରୁ ଏହା ଆରମ୍ଭ ହୋଇଛି ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ପୁଣି କଡ ଲେଉଟାଉଛି ମହାମାରୀ କରୋନା । ଗୋଟିଏ ପଟେ କରୋନାକୁ ପୁରାପୁରି ବର୍ଷେ ହୋଇଥିବା ବେଳେ ଏହା କମିବା ବଦଳରେ ଏବେ ପୁଣି ଉପର ମୁହାଁ ହେବା ଆରମ୍ଭ କଲାଣି । ଅନ୍ୟପଟେ ଆଗକୁ ରଙ୍ଗର ପର୍ବ ହୋଲି ଆସୁଥିବାରୁ ଗହଳିକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking