35.1 C
Bhubaneswar
Tuesday, April 23, 2024
Homeଓଡିଶାସୋଆ ଅଧ୍ୟାପକ ଡ. କମଳ ଲୋଚନ ମହନ୍ତ ଓ ଛାତ୍ର ପ୍ରତୀକ ଦାଶଙ୍କୁ ରାଜ୍ୟ ଏନ୍‌ଏସ୍‌ଏସ୍...

ସୋଆ ଅଧ୍ୟାପକ ଡ. କମଳ ଲୋଚନ ମହନ୍ତ ଓ ଛାତ୍ର ପ୍ରତୀକ ଦାଶଙ୍କୁ ରାଜ୍ୟ ଏନ୍‌ଏସ୍‌ଏସ୍ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୨୩/୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅଧ୍ୟାପକ ଡ. କମଳ ଲୋଚନ ମହନ୍ତ ଓ ଛାତ୍ର ପ୍ରତୀକ ଦାଶଙ୍କୁ ଜାତୀୟ ସେବା ଯୋଜନା ଏନଏସଏସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଏନ୍‌ଏସ୍‌ଏସ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ଓ
କୃଷି ବିଭାଗ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଥିଲେ ଯେ ସମାଜ ସେବା ମାଧ୍ୟମରେ ସମାଜରେ ପରିବର୍ତନ ଓ ଉନ୍ନତି ଆଣିପାରିଲେ ଏନଏସଏସ ଗଠନର ଲକ୍ଷ୍ୟ ସାଧିତ ହେଇ ପାରିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାସ୍ୱତ ମିଶ୍ର, ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତି ସରିତା ପଟେଲ ଓ ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପ-ଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଯୋଗ ଦେଇଥିଲେ । ଏନଏସଏସ ପୁରସ୍କାର ପାଇଥିବା ସୋଆର ଅଧ୍ୟାପକ ଓ ଛାତ୍ରଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଡ. ନଚିକେତା ଶର୍ମା ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking