27.1 C
Bhubaneswar
Thursday, April 25, 2024
Homeଜୀବନଶୈଳୀଅଖରୋଟ ଖାଇଲେ କଣ ଲାଭ ମିଳେ

ଅଖରୋଟ ଖାଇଲେ କଣ ଲାଭ ମିଳେ

ଭୁବନେଶ୍ୱର : ଅଖରୋଟ ଭିଜାଇ ଖାଇବା ଦ୍ୱାରା ଆମଙ୍କୁ ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ବାସ୍ତବରେ ଭିଟାମିନ୍, ମିନେରାଲ୍ସ, ପୋଟାସିୟମ୍, ଫାଇବର ଏବଂ କ୍ୟାଲସିୟମ୍ ଅଖରୋଟ ରେ ବହୁତ ଅଧିକ । ତେଣୁ ଆଜି ଆମେ ଆପଣଙ୍କୁ ଭିଜାଇଥିବା ଅଖରୋଟ ଖାଇବାର ପ୍ରଭାବଶାଳୀ ଉପକାର ବିଷୟରେ କହିବାକୁ ଯାଉଛୁ ।

୧. ମଧୁମେହ : ମଧୁମେହ ବୃକ୍ତିଙ୍କ ପାଇଁ ଭିଜାଇଥିବା ଅଖରୋଟ ଖାଇବା ଲାଭ, କାରଣ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଯଦି ଆପଣ ନିତ୍ୟ ବ୍ୟବହାର‌୍ୟ୍ୟରେ ୨ ରୁ ୩ ଥର ଅଖରୋଟ ଖାଆନ୍ତି, ତେବେ ଏହା ଆପଣଙ୍କୁ ଟାଇପ୍-୨ ଡାଇବେଟିସ୍ ବିପଦରୁ ରକ୍ଷା କରିପାରିବ ।

୨. ହୃଦଘାତ : ଭିଜାଇଥିବା ଅଖରୋଟରେ ଓମେଗା -୩ ଏସିଡରେ ଭରପୂର ହୋଇରହିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ । ଏହା ବ୍ୟତୀତ ଶରୀରରେ ଭଲ କୋଲେଷ୍ଟ୍ରଲ ତିଆରି କରିବାରେ ଅଖରୋଟ ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯଦି ଆପଣ କିଛି ହୃଦଘାତରେ ଅସୁବିଧାରେ ପଡ଼ନ୍ତି ତେବେ ଅଖରୋଟ ଖାଇବା ଆରମ୍ଭ କରନ୍ତୁ ।

୩. କର୍କଟ ରୋଗ : ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ଅଖରୋଟ ଖାଇବା ଦ୍ୱାରା ପ୍ରୋଷ୍ଟେଟ୍, ସ୍ତନ ଏବଂ କଲୋରେକ୍ଟାଲ୍ ଭଳି ବିପଜ୍ଜନକ କର୍କଟରୁ ଦୂରେଇ ରହିପାରିବେ । ଏହାର କାରଣ ହେଉଛି ଅଖରୋଟ ରେ ପଲିଫେନୋଲ ଏଲାଗିଟାନିନ ନାମକ ଏକ ଉପାଦାନ ଥାଏ, ଯାହା ଆପଣଙ୍କୁ କର୍କଟ ରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏଥିସହ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ କୋଷକୁ ବୃଦ୍ଧି କରିବାକୁ ଦିଏ ନାହିଁ ।

୪. ଗର୍ଭାବସ୍ଥା : ଯଦି ଆପଣ ଗର୍ଭାବସ୍ଥା ଦେଇ ଗତି କରୁଛନ୍ତି ତେବେ ଅଖରୋଟ ଖାଇବା ଏହି ସମୟରେ ଆପଣଙ୍କ ଶିଶୁ ପାଇଁ ବହୁତ ଭଲ ପ୍ରମାଣିତ ହୋଇପାରେ । ଓମେଗା -୩ ଏସିଡରେ ପରିପୂର୍ଣ୍ଣ ଏହି ଅଖରୋଟ ଶିଶୁର ମସ୍ତିଷ୍କକୁ ବିକଶିତ କରିଥାଏ ଏବଂ ଶିଶୁ ସହିତ ମା’କୁ ସୁସ୍ଥ ରଖେ ।

୫. କୋଷ୍ଠକାଠିନ୍ୟ: ଆପଣଙ୍କୁ ସମସ୍ତଙ୍କୁ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେବାକୁ ପଡେ । ଏପରି ପରିସ୍ଥିତିରେ, ଯଦି ଆପଣ ଦୈନିକ ଅଖରୋଟ ଖାଇବା ଆରମ୍ଭ କରନ୍ତି, ତେବେ ଆପଣ ସହଜରେ ପେଟ ସମସ୍ୟାରୁ ମୁକ୍ତି ପାଇପାରିବେ । ଅଖରୋଟ ଥିବା ଫାଇବର ପେଟକୁ ଠିକ୍ ରଖିବା ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ପାଇଁ ଉପଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking